
ନୂଆପଡ଼ା,୧୩ ଅଗଷ୍ଟ (ହି.ସ.) - ନୂଆପଡ଼ା ଜିଲ୍ଲା ବୋଡ଼େନ ପିଏମ୍ଶ୍ରୀ ଏସ୍ଏସ୍ଡି ହାଇସ୍କୁଲ ପରିସରରେ ଆମ ପୋଲିସ ସମିତି ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୈତାରୀ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବୋଡ଼େନ ଥାନା ଅଧିକାରୀ ଧର୍ମେନ୍ଦ୍ର ଭୁଏ, କଳାହାଣ୍ଡି-ନୂଆପଡ଼ା ଜିଲ୍ଲା ନିରୀକ୍ଷକ ଉଦୟ ସିଂ ମାଝୀ, ଏଡିଡବ୍ଲ୍ୟୁଓ କୌଶଲ୍ୟା ମାଝୀ, ଏସ୍ଆଇ ମଞ୍ଜୁଲତା ଖେଡଙ୍ଗା, ଏଏସ୍ଆଇ ବିଘ୍ନରାଜ ମାଝୀ, ସସ୍ମିତା ପ୍ରଧାନୀ ଓ ଶିକ୍ଷକ ଜୟନ୍ତ ଶିଆଳ ପ୍ରମୁଖ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ପୋଲିସ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ସାଇବର ଠକେଇ ସମ୍ପର୍କରେ ସଚେତନ କରିଥିଲେ। ବର୍ତମାନ ସମୟରେ ଅନଲାଇନ୍ ଠକେଇର ବିଭିନ୍ନ ଉପାୟ ବଢ଼ୁଥିବାରୁ ମୋବାଇଲ୍ ଓ ଇଂଟରନେଟ୍ ବ୍ୟବହାର ସମୟରେ ସତର୍କ ରହିବାକୁ ସେମାନେ ପରାମର୍ଶ ଦେଇଥିଲେ।
ଅଜଣା ଲିଙ୍କ୍ରେ କ୍ଲିକ୍ ନକରିବା, ଓଟିପି, ପାସୱାର୍ଡ଼ ଓ ବ୍ୟାଙ୍କ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ କାହାରି ସହିତ ସେୟାର ନକରିବା ପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ଏଥିସହ ଠକେଇର ଶିକାର ହେଲେ ତୁରନ୍ତ ଆଇନଶୃଙ୍ଖଳା ରକ୍ଷାକାରୀ ସଂସ୍ଥାର ସହାୟତା ନେବା ଏବଂ ଅନ୍ଲାଇନ୍ କାରବାରରେ ସତର୍କତା ଅବଲମ୍ବନ କରିବାକୁ ପୋଲିସ ଅଧିକାରୀମାନେ ବୁଝାଇଥିଲେ। କାର୍ଯ୍ୟକ୍ରମରେ କନେଷ୍ଟବଳ ନିକୁଞ୍ଜ ତାଣ୍ଡି, ଅନିତା ରାଉତରାୟ, ମଦନ ଶଗରିଆ, ସୁଶାନ୍ତ ବାଗ, ବୀଣାପାଣି ବାଗ, ଧନମତି ମାଝୀ ଓ ସାନୁର୍ଯ୍ୟ ମାଝୀ ପ୍ରମୁଖ ସହଯୋଗ କରିଥିଲେ। ସାଇବର ଅପରାଧ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ସୁରକ୍ଷିତ ଡିଜିଟାଲ୍ ବ୍ୟବହାର ପାଇଁ ଏଭଳି କାର୍ଯ୍ୟକ୍ରମ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ