ଦକ୍ଷିଣକାଳୀ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି
ଗଞ୍ଜାମ, ୧୩ ଅଗଷ୍ଟ (ହି.ସ.)- କିଛିଦିନର ନିରବତା ପରେ ପୁଣି ମନ୍ଦିର ଚୋରମାନେ ତାକଂର ଉତ୍ପାତ ଆରମ୍ଭ କରିଦେଇଛନ୍ତି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ପଞ୍ଚାୟତର ଜଳେଶ୍ୱରଖଣ୍ଡି ଗ୍ରାମରେ ଥିବା ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଛି। ମନ୍ଦିରର
ଦକ୍ଷିଣକାଳୀ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି


ଗଞ୍ଜାମ, ୧୩ ଅଗଷ୍ଟ (ହି.ସ.)- କିଛିଦିନର ନିରବତା ପରେ ପୁଣି ମନ୍ଦିର ଚୋରମାନେ ତାକଂର ଉତ୍ପାତ ଆରମ୍ଭ କରିଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ପଞ୍ଚାୟତର ଜଳେଶ୍ୱରଖଣ୍ଡି ଗ୍ରାମରେ ଥିବା ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଛି। ମନ୍ଦିରର ଦୁଇଟି ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖବରପାଇ ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଏସଡିପିଓ, ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande