ବିଭିନ୍ନ ଟେଲିକମ୍ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୧୩ ଅଗଷ୍ଟ (ହି.ସ)- ଭୁବନେଶ୍ୱର ସ୍ଥିତ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍) ଠାରେ ଗୁରୁବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ତଥା ଇଲେକ୍ଟ୍ରୋନିକସ୍ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ଭାରତ ନିଧି ଅଧୀନରେ ଚାଲିଥିବା ବିଭିନ୍ନ ଟେଲିକମ୍ ପ୍ରକଳ୍ପର ସମୀ
tk


ଭୁବନେଶ୍ୱର, ୧୩ ଅଗଷ୍ଟ (ହି.ସ)- ଭୁବନେଶ୍ୱର ସ୍ଥିତ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍) ଠାରେ ଗୁରୁବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ତଥା ଇଲେକ୍ଟ୍ରୋନିକସ୍ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ଭାରତ ନିଧି ଅଧୀନରେ ଚାଲିଥିବା ବିଭିନ୍ନ ଟେଲିକମ୍ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ରାଜ୍ୟର ସୁଦୂର ଓ ଗ୍ରାମାଂଚଳରେ ମୋବାଇଲ୍ ଏବଂ ଇଂଟରନେଟ୍ ସେବାର ପ୍ରସାର, ୪ଜି / ୫ଜି ସଂଯୋଗୀକରଣ ଏବଂ ଟାୱାର ସ୍ଥାପନ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ରାଜ୍ୟର ପ୍ରତ୍ୟେକ ଗାଁକୁ ଇଂଟରନେଟ୍ ସେବା ଯୋଗାଇବା ଏବଂ ଡିଜିଟାଲ୍ ସେବା ପହଂଚାଇବା ଆମର ମୁଖ୍ୟ ଲକ୍ଷ୍ୟ। ଏଣୁ ନେଟୱର୍କ ସଂଯୋଗିକରଣ ଉନ୍ନତ କରିବା ପାଇଁ ଟେଲିକମ୍ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସମୀକ୍ଷା ବୈଠକରେ ଇଲେକ୍ଟ୍ରୋନିକସ୍ ଓ ଆଇଟି ବିଭାଗର ବରିଷ୍ଠ ଅଧିକାରୀ, ଓକାକ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜିଓ ଓ ବିଏସଏନଏଲର ପ୍ରତିନିଧି ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande