ତୃଟି ସୁଧାରିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀ ପଞ୍ଜିକରଣ ଶେଷ କରିବାକୁ ପ୍ରସ୍ତୁତି ବୈଠକ
ତ୍ରୃଟି ସୁଧାରିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀ  ପଞ୍ଜିକରଣ ଶେଷ କରିବାକୁ ପ୍ରସ୍ତୁତି ବୈଠକ
ତ୍ରୃଟି ସୁଧାରିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀ  ପଞ୍ଜିକରଣ ଶେଷ କରିବାକୁ ପ୍ରସ୍ତୁତି ବୈଠକ


ତ୍ରୃଟି ସୁଧାରିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀ  ପଞ୍ଜିକରଣ ଶେଷ କରିବାକୁ ପ୍ରସ୍ତୁତି ବୈଠକ


ସମ୍ବଲପୁର, ୧୩ ଅଗଷ୍ଟ (ହି.ସ.)- ଚଳିତ ବର୍ଷ ଧାନ ଚାଷ ପଞ୍ଜିକରଣ ବାଧ୍ୟତାମୂଳକ ହୋଇଥିବା ବେଳେ ଅଧିକରୁ ଅଧିକ ଚାଷୀଙ୍କ ପଞ୍ଜିକରଣ ହୋଇନଥିବା ଦେଖିବାକୁ ମିଳିଛି l ସରକାର ପ୍ରତ୍ୟେକ ପଟ୍ଟାଧାରୀ ଚାଷୀଙ୍କ ପଞ୍ଜିକରଣ ଜନସେବା କେନ୍ଦ୍ର ଏବଂ ସ୍ଥାନୀୟ କୃଷି ପରାମର୍ଶ କେନ୍ଦ୍ରରେ କରାଇବା ପାଇଁ ଆଦେଶ ଜାରି କରିଥିବା ବେଳେ ଏଥିରେ ଅନେକ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏହାର ସମାଧାନ ପାଇଁ ଆଜି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ତହସିଲ କାର୍ଯ୍ୟାଳୟ ପରିସରରେ ସମସ୍ତ ରାଜସ୍ୱ ନିରୀକ୍ଷକ, ଗ୍ରାମସେବକ ଓ ଜନସେବା କେନ୍ଦ୍ର ପରିଚାଳକଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଚାଷୀମାନେ କିପରି ସୁବିଧାରେ ନିଜର ପଞ୍ଜିକରଣ କରିପାରିବେ ସେନେଇ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ତହସିଲଦାର ପ୍ରବୀଣା ବିଲୁଙ୍ଗ ଅଧକ୍ଷତାରେ ଚାଷୀ ପଞ୍ଜିକରଣ ସଭା ଅନୁଷ୍ଠିତ ହୋଇଥିଲା l

ଏହି କାର୍ଯ୍ୟକ୍ରମରେ ତହସିଲଦାରଙ୍କ ସହ କୃଷି ପରାମର୍ଶ କେନ୍ଦ୍ରର ତନ୍ମୟ କୁମାର ମୁର୍ମୁ, ସମସ୍ତ ରାଜସ୍ୱ ନିରୀକ୍ଷକ, ଗ୍ରାମସେଵକ ଓ ଜମନକିରା ବ୍ଲକର ସମସ୍ତ ଜନସେବା କେନ୍ଦ୍ରର ପରିଚାଳକ ମାନେ ଯୋଗଦେଇ କିଭଳି ସଠିକ ଭାବେ ପଞ୍ଜିକରଣ ହୋଇପାରି ସେ ନେଇ ତହସିଲଦାର ଶ୍ରୀ ବିଲୁଙ୍ଗଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି ଅଭିଯୋଗ ମଧ୍ୟରେ ଜମି ପ୍ଲଟ ପଞ୍ଜିକରଣରେ ପ୍ଲଟ ଏଣ୍ଟ୍ରି ଏବଂ ପଟ୍ଟାରେ ଏକରୁ ଅଧିକ ବ୍ୟକ୍ତିଙ୍କ ନାମ ଥିବା ଚାଷୀଙ୍କ ଜମି ଭାଗ କରିବା ପଦ୍ଧତିକୁ ନେଇ ଆଲୋଚନା ହୋଇଥିଲା l ଆଗାମୀ ୩୧ ତାରିଖ ସୁଦ୍ଧା ପଞ୍ଜିକରଣରୁ ବଞ୍ଚିତ ରହିଥିବା ସମସ୍ତ ଚାଷୀଙ୍କ ପଞ୍ଜିକରଣ ଶେଷ କରିବା ପାଇଁ ତହସିଲଦାର ଶ୍ରୀ ବିଲୁଙ୍ଗ କହିଥିଲେ l

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande