ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ
ବଲାଙ୍ଗୀର,୧୩ ଅଗଷ୍ଟ (ହି.ସ.) - ବଲାଙ୍ଗୀର ସ୍ଥିତ ଜିଲ୍ଳା ପଂଚାୟତ ସାଧନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଅରୁଣାର ମିଳିତ ଉଦ୍ୟମରେ ଏକ ଦିନିଆ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅରୁଣାର ଜିଲ୍ଲା ପରାମର୍ଶଦାତା ଶ୍ରୀ
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ।


ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ।


ବଲାଙ୍ଗୀର,୧୩ ଅଗଷ୍ଟ (ହି.ସ.) - ବଲାଙ୍ଗୀର ସ୍ଥିତ ଜିଲ୍ଳା ପଂଚାୟତ ସାଧନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଅରୁଣାର ମିଳିତ ଉଦ୍ୟମରେ ଏକ ଦିନିଆ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅରୁଣାର ଜିଲ୍ଲା ପରାମର୍ଶଦାତା ଶ୍ରୀ ପ୍ରମୋଦ ବଗର୍ତୀଙ୍କ ସଂଯୋଜନାରେ ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଅଧିକାରୀ ଶ୍ରୀ ବିକ୍ରମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ତାଲିମ ହୋଇଥିଲା। ତାଲିମ ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ୍ ପରିବିକ୍ଷକ ଅଧିକାରୀ ଦିଗମ୍ବର କର ଅତିଥି ଓ ପ୍ରଶିକ୍ଷକମାନଙ୍କୁ ସ୍ୱାଗତ ଜଣାଇ ସମସ୍ତଙ୍କର ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ମଦନଜିତ୍ ହୋତା କହିଲେ ଭିନ୍ନକ୍ଷମମାନଙ୍କ ପାଇଁ ସରକାରୀ ସୁବିଧା ସୁଯୋଗ ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଂଚିବା ପାଇଁ ସମସ୍ତଙ୍କର ସହଯୋଗ ଓ ଭିନ୍ନକ୍ଷମମାନଙ୍କ ପାଇଁ ସକାରାତ୍ମକ ମନୋଭାବର ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ପରିପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ, ସିଆର୍ସି ଶ୍ରୀ ଗୁରୁବକ୍ସ ଚନ୍ଦ୍ର ଜଗୋତା କହିଲେ ରାଜ୍ୟର ଏକମାତ୍ର ସିଆର୍ସି ବଲାଙ୍ଗୀର ଠାରେ ସ୍ଥାପିତହୋଇ ସମସ୍ତ ଦିବ୍ୟାଙ୍ଗମାନଙ୍କ ପାଇଁ ଉପକରଣ ଅସଜଡ଼ା ଅଙ୍ଗ ପ୍ରତ୍ୟଙ୍ଗକୁ ସଜଡ଼ା ଯିବା ଶ୍ରବଣ ବଧିତମାନଙ୍କ ଚିକିତ୍ସା, ବାକ୍ ଚିକିତ୍ସା, କୁତ୍ରିମ ଅଙ୍ଗ ଖଞ୍ଜାଜିବା ଆଦିର ବ୍ୟବସ୍ଥାର ସୁଯୋଗ ସମସ୍ତଙ୍କୁ ପହଂଚାଇବା ପାଇଁ ପ୍ରତିସୁଦ୍ଧି ବୋଲି ସମସ୍ତଙ୍କୁ ଜାଣିଥିଲେ। ଏହାପରେ ସିଆର୍ଏସ୍ ଓଡ଼ିଶାର ସୁସ୍ମିତା ଭୋଇ ତାଲିମର ପୂର୍ବ ଓ ପରବର୍ତୀ ଜ୍ଞାନର ପ୍ରଶ୍ନପତ୍ର ସମସ୍ତଙ୍କୁ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଓପନ୍ ଲର୍ଣ୍ଣିଂ ସିଷ୍ଟମ୍ର ଅଧ୍ୟକ୍ଷ ମନୋତୋଷ ବେହେରା କହିଲେ ଦିବ୍ୟାଙ୍ଗ ଅଧିକାର ଆଇନ୍ ୨୦୧୬,୨୧ ପ୍ରକାର ଦିବ୍ୟାଙ୍ଗ, ସରକାରଙ୍କର କର୍ତବ୍ୟ ଓ ଦାୟିତ୍ୱ, ଆନୁଷ୍ଠାନିକ ବାଧା, ଶିକ୍ଷାରେ ବାଧା, ସାମାଜିକ ଓ ସାଂସ୍କୃତିକ ବାଧା, ଆର୍ôଥକ ବାଧା, ସୂଚନା ଓ ତଥ୍ୟ ଭିତିକ ବାଧା ଶିଶୁମାନଙ୍କ ପାଇଁ ଯେଉଁସବୁ ସମସ୍ୟା ଉପୁଜିଥାଏ ଜଣାଇଥିଲେ। ଏହି ଅବସରରେ ତାଲିମ ଦାତା ଭାବେ ଓପନ୍ ଲର୍ଣ୍ଣିଙ୍ଗ ସିଷ୍ଟମ୍ର ବରିଷ୍ଠ ସ୍ୱତନ୍ତ୍ର ପ୍ରଶିକ୍ଷକ ଶ୍ରୀ ବିଭୂତି ଭୂଷଣ ନନ୍ଦ କହିଲେ ରେଫରାଲ୍ ପ୍ରଣାଳୀରେ ଶୀଘ୍ର ଚିଂହଟିକରଣ, ଆକଳନ, ଚିକିତ୍ସା, ଥଇଥାନ, ଶିକ୍ଷା ଓ ସାମାଜିକ ମଙ୍ଗଳ ବ୍ୟବସ୍ଥା ଉପରେ ବିଶଦ ଉପରେ ଜଣାଇଥିଲେ। ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଭିନ୍ନକ୍ଷମ ସାର୍ଟିଫିକେଟ, ୟୁଡିଆଇଡି କାର୍ଡ, ଭତା, ବୃତି, ଉପକରଣ, ଥେରାପୀ ସେଂଟର, ଥଇଥାନ ସେବା ବ୍ୟବସ୍ଥା, ସ୍ୱତନ୍ତ୍ର ବିଦ୍ୟାଳୟ ଏବଂ ଆବାସିକ ଅନୁଷ୍ଠାନ ଉପରେ ପ୍ରଶିକ୍ଷଣ ଦେଇଥିଲେ। ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ, ମଧୁବାବୁ ପେନସନ ଯୋଜନା, ଶିକ୍ଷାରେ ବିଭିନ୍ନ ପ୍ରକାର ସହାୟତା, ଗମନାଗମନ ପାଇଁ ରିହାତି ବ୍ୟବସ୍ଥା, ସ୍ୱାବଲମ୍ବୀ ପାଇଁ ଋଣର ବ୍ୟବସ୍ଥା, ଗ୍ରାମୀଣ ଆବାସ ଯୋଜନା, ମିଶନ କ୍ଷମତା ଉପରେ ଜଣାଇଥିଲେ। ଏହି ଅବସରରେ ପ୍ରୋଗ୍ରାମ ଅଫିସର ଆଶିଷ ନାୟକ, ସୁଧାଂଶୁ ଶେଖର କୁମ୍ଭାର, ସାମାଜିକ କର୍ମୀ ହରିବନ୍ଧୁ ରାଉତ, ଡଲି ବେହେରା, ଚାଇଲ୍ଡ ହେଲ୍ପ ଲାଇନ୍ର ସୁବୋଧ କୁମାର ପଧାନ, ଶ୍ରଦ୍ଧାଞ୍ଜଳି ସିଂ, ସ୍ୱେଚ୍ଛାସେବି ଅନୁଷ୍ଠାନର କର୍ମୀ, ଶିଶୁ ଯତ୍ନ ଅନୁଷ୍ଠାନର କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସାମାଜିକ କର୍ମୀ ଅରୁଣ ଖୁଆସ୍ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande