
କେନ୍ଦ୍ରାପଡ଼ା, ୧୩ ଅଗଷ୍ଟ(ହି.ସ.) – ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଆଦ୍ୟାଶକ୍ତି ଭବନରେ ବୁଧବାର ସକାଳେ ଆନ୍ତର୍ଜାତୀୟ ଯୁବା ଦିବସ' ପାଳନ କରାଯାଇଥିଲା। ଶୀର୍ଷକ ସମାଜ ଏବଂ ଦେଶରେ ବିକାଶରେ ଯୁବା ପିଢ଼ିର ମହତ୍ୱ' ଉପରେ ଦିଗଦର୍ଶନ ଦେଇଥିଲେ ମୁଖ୍ୟ ଅତିଥି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କେନ୍ଦ୍ରାପଡ଼ା ଜିଲ୍ଲା ଚାଳକ ତଥା ଚକ୍ରଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ମହାପାତ୍ର। ନିଶା ମୁକ୍ତି ଭାରତ ଓ ବିକଶିତ ଭାରତ ଗଠନ ଦିଗରେ ଯୁବାବର୍ଗଙ୍କ ଭୂମିକା ସମ୍ପର୍କରେ ଅବଗତ କରାଇ ଥିଲେ ବ୍ରହ୍ମା କୁମାର ଅଭିନ୍ନ ରାୟ। ଉପସ୍ଥିତ ସଭାକୁ ନିଶାମୁକ୍ତି ଶପଥ ପାଠ କରାଇଥିଲେ ସହଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ବ୍ରହ୍ମାକୁମାରୀ ଚନ୍ଦ୍ରମା ଲେଙ୍କା। ମଂଚ ପରିଚାଳନା କରିଥିଲେ ଆଳି ସେବାକେନ୍ଦ୍ର ପ୍ରଭାରୀ ବ୍ରହ୍ମା କୁମାରୀ ସଂଯୁକ୍ତା। ଆଳି ବ୍ଲକ୍ର ବିଭିନ୍ନ ସଂଗଠନର ଶତାଧିକ ଯୁବା ବର୍ଗ ନିଜର ସକାରାତ୍ମକ ସହଯୋଗ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ସେବାକେନ୍ଦ୍ର ତରଫରୁ ଆଧ୍ୟାତ୍ମିକ ପତ୍ରିକା ଯୁବା ଶକ୍ତିର ମହତ୍ୱ', ମନର ଶାନ୍ତି' ଏବଂ ନାରୀ ତୁ କଲ୍ୟାଣକାରୀ' ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି