ଝାରସୁଗୁଡ଼ା ହକି ଆସୋସିଏସନକୁ ମିଳିଲା ନିଜସ୍ଵ ଜମିର ପଟ୍ଟା
Jammi patta to Hockey association
Jammi patta to Hockey association


ଝାରସୁଗୁଡ଼ା, ୧୩ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲା ଏଚ କଟାପାଲି ସ୍ଥିତ ହକି ଆସୋସିଏସନର ଖେଳ ପଡ଼ିଆ, ଅଫିସ ଗୃହ, ହଷ୍ଟେଲ ଓ ୫-ଏ ସାଇଡ଼ ଷ୍ଟାଡିୟମ୍ ପାଇଁ ନିରୂପିତ ୪ ଏକର ୮୦୦ ଡେସିମିଲ ଜମିର ପଟ୍ଟା ଗୁରୁବାର ଆନୁଷ୍ଠାନିକ ଭାବେ ହକି ଆସୋସିଏସନକୁ ହସ୍ତାନ୍ତର କରାଯାଇଛି। ଝାରସୁଗୁଡ଼ା ତହସିଲଦାର ସଦାକର କୁମ୍ଭାରଙ୍କ ଠାରୁ କ୍ରୀଡ଼ା ଅଧିକାରୀ ଅମ୍ରିତ ଆଚାର୍ଯ୍ୟ ଏହି ପଟ୍ଟା ଗ୍ରହଣ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କ ପ୍ରତ୍ୟକ୍ଷ ଉଦ୍ୟମ, ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଏବଂ ପୂର୍ବତନ ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେଙ୍କ ସହଯୋଗ ଯୋଗୁଁ ବହୁ ଦିନରୁ ଅଟକି ରହିଥିବା ଏହି କାର୍ଯ୍ୟ ସଫଳ ହୋଇପାରିଛି। ଏହି ସଫଳତା ପାଇଁ ଓଡ଼ିଶା ହକି ଆସୋସିଏସନ ର ଉପ-ସଭାପତି ଜୀବନ ମହାନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଡ଼ିଏମଏଫ ପାଣ୍ଠିରୁ ୧୦ କୋଟି ଟଙ୍କା ମଞ୍ଜୁରୀ ପରେ ଏଠାରେ ଟର୍ଫ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ବର୍ତ୍ତମାନ ଜିଲ୍ଲାରେ ୧୨୦୦ରୁ ଉର୍ଦ୍ଧ୍ୱ ପଞ୍ଜିକୃତ ହକି ଖେଳାଳି ଥିବାବେଳେ ଦୈନିକ ୫୦ରୁ ଉର୍ଦ୍ଧ୍ୱ ଖେଳାଳି ସକାଳ ଓ ସନ୍ଧ୍ୟାରେ ଅଭ୍ୟାସ କରୁଛନ୍ତି। ଜିଲ୍ଲାର ୩୫ଟି ସ୍କୁଲକୁ ସିଏସଆର ପାଣ୍ଠିରୁ ହକି ସରଞ୍ଜାମ ବଣ୍ଟନ କରାଯାଇଥିବା ବେଳେ ଖେଲୋ ଇଣ୍ଡିଆ ହକି ସେଣ୍ଟର ପାଇଁ ମଧ୍ୟ ମଞ୍ଜୁରୀ ମିଳିସାରିଛି। ଜିଲ୍ଲା ଭାଜପା ସଭାପତି ରଘୁନନ୍ଦନ ପଣ୍ଡାଙ୍କ ଉଦ୍ୟମରେ ହଷ୍ଟେଲ ଓ ଗ୍ୟାଲେରୀ ନିର୍ମାଣ ପାଇଁ ପ୍ରକ୍ରିୟା ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande