
ଖୋର୍ଦ୍ଧା, ୧୩ ଅଗଷ୍ଟ (ହି.ସ.) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କନଫରେନ୍ସ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ବେଟି ପଢାଓ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କୁସୁମ କୁମାରୀ ପ୍ରହରାଜ , ପୋଲିସ ସୁପରିଟେନ୍େଡନ୍ଟ, ଏଡିଏମ ଜେନେରାଲ , ସିଡିଏମଓ, ପିଏଚ୍ଓ , ଏସ୍ଏସଏସଓ, ଡବ୍ଲୁଇଓ, ବିଡିଓ, ଏବିଡିଓ, ଜିପିଡିଓ, ସମସ୍ତ ସିଡିପିଓ, ସିଡବ୍ଲୁସି ମେମ୍ବର, ଡ଼ାଲ୍ସା ର ଅଫିସର ସମସ୍ତ ହବ ଷ୍ଟାଫ ,ପ୍ରୋଗ୍ରାମ ଅଫିସର ଏବଂ ଶକ୍ତି ସଦନ ର ସୁପରିଟେଣ୍ଡନ୍ଟ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଫଳ ରୁପାନ୍ତରିକରଣକୁ ନେଇ ଖୋର୍ଦ୍ଧା ଏଡିମ୍ ଜେନେରାଲ ଗୁରୁତ୍ୱ ଦେଇଥିଲେ । ଉଦବୋଧନ ଦେବା ସହ ସେ ସମସ୍ତ ଲାଇନ ଡିପାର୍ଟମେଂଟ ଅଧିକାରୀମାନଙ୍କ ସହଯୋଗ ଦ୍ୱାରା ସବୁ ଦିଗ ପ୍ରତି କିପରି ଆଲୋକପାତ କରାଯାଇପାରିବ ସେହି ବିଷୟରେ କହିଥିଲେ। ବିଶେଷ କରି କନ୍ୟା ରତ୍ନକୁ ଯତ୍ନ କରିବା, ତାକୁ ସୁରକ୍ଷା ଦେବା ସହ ଭ୍ରୁଣ ହତ୍ୟାରୁ କିପରି ନିବୃତ ରହି ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିବା, ସେ ବିଷୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ। ପରିଶେଷରେ ଡିସି ହବ୍ ସମିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।
--------------
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ