
ନୂଆପଡା,୧୩ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମହରା ଗ୍ରାମରେ ଜଣେ ଯୁବକ ପଙ୍ଖାରେ ଝୁଲି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମୃତକ ହେଲେ ପୁରୁଷୋତମ ଷଣ୍ଢ (୪୦)। ସେ ଅମଲାପାଳି ଗ୍ରାମ ଛକରେ ଏକ ସିଏସ୍ପି କମ୍ପ୍ୟୁଟର ଦୋକାନ ଖୋଲି ବ୍ୟବସାୟ କରୁଥିଲେ। କେବେ କେବେ ସେ ଦୋକାନରେ ରାତିରେ ରହୁଥିବା ଜଣାପଡ଼ିଛି। ଗତକାଲି ସେ ନିଜ ଘରର ଛାତ ଉପରେ ଥିବା ଘରକୁ ଯାଇଥିଲେ। ସେଠାରେ ଗାମୁଛା ସାହାଯ୍ୟରେ ପଙ୍ଖାରେ ଝୁଲି ପଡ଼ିଥିବା ଅବସ୍ଥାରେ ଗୁରୁବାର ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ଖଡ଼ିଆଳ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଖଡ଼ିଆଳ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ପରିବାର ଲୋକଙ୍କ ହସ୍ତାନ୍ତର କରିଛି। ଘଟଣା ସମ୍ପର୍କରେ ଖଡ଼ିଆଳ ଥାନା ଏଏସ୍ଆଇ ଜୋଶେଫ ସୁନା ତଦନ୍ତ ଜାରି ରଖିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ