ଜାତୀୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ କେସିସିଏଲ୍ର ସମ୍ବର୍ଦ୍ଧନା ଓ ଆର୍ôଥକ ସହାୟତା
କେନ୍ଦ୍ରାପଡ଼ା, ୧୩ ଅଗଷ୍ଟ(ହି.ସ.) – ଜାତୀୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ ଯୋଗ ଦେବାପାଇଁ କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ସୋସାଇଟି ଲିମିଟେଡ଼ ପକ୍ଷରୁ ପ୍ରତିଯୋଗୀମାନଙ୍କୁ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ଏହି କୃତି ପ୍ରତିଯୋଗ
ଜାତୀୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ କେସିସିଏଲର ସମ୍ବର୍ଦ୍ଧନା ଓ ଆର୍ଥିକ ସହାୟତା


କେନ୍ଦ୍ରାପଡ଼ା, ୧୩ ଅଗଷ୍ଟ(ହି.ସ.) – ଜାତୀୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ ଯୋଗ ଦେବାପାଇଁ କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ସୋସାଇଟି ଲିମିଟେଡ଼ ପକ୍ଷରୁ ପ୍ରତିଯୋଗୀମାନଙ୍କୁ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ଏହି କୃତି ପ୍ରତିଯୋଗୀମାନେ ହେଉଛନ୍ତି ରାଜ୍ୟ ସ୍ତରରେ ପ୍ରଥମ ହୋଇଥିବା କେନ୍ଦ୍ରାପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପର୍ଣ୍ଣା ମହାନ୍ତ, ଦ୍ୱିତୀୟ ସ୍ଥାନରେ ସେଂଟ ଜାଭିୟର ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ ସାହୁ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ଶ୍ରୀକୃଷ୍ଣ ମଣ୍ଡଳ। ଏହି ପ୍ରତିଯୋଗୀମାନେ କେନ୍ଦ୍ରାପଡ଼ା ଶ୍ରୀ ଯୋଗ ବେଦାନ୍ତ କଳା ନିକେତନରୁ ପ୍ରଶିକ୍ଷଣ ନେଇ ଏହି ସଫଳତା ହାସଲ କରିଛନ୍ତି। ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବରେ ସୋସାଇଟିର ସଭାପତି ବିଶିଷ୍ଟ ସମବାୟବିତ ପ୍ରମୋଦ କୁମାର ସାହୁ କହିଲେ ଯେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କଲେ ସେମାନେ ଆଗକୁ ବଢ଼ିବା ପାଇଁ ଉତ୍ସାହ ପାଇଥାନ୍ତି। ଏହି ତିନିଜଣ କୃତି ପ୍ରତିଯୋଗୀ କେନ୍ଦ୍ରାପଡ଼ା ଜିଲା ଏବଂ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ। ସେମାନଙ୍କୁ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆର୍ôଥକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଆବଶ୍ୟକ ସ୍ଥଳେ ଅଧିକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ କେସିସିଏଲ୍ର ସଭାପତି ଶ୍ରୀ ସାହୁ, ସୋସାଇଟିର ସମ୍ପାଦକ ଅରବିନ୍ଦ ସାହୁ, ଯୋଗ ଶିକ୍ଷାକେନ୍ଦ୍ରର ସମ୍ପାଦକ ସଞ୍ଜୟ ମଥାନ, ସୋସାଇଟିର ଅତିରିକ୍ତ ସମ୍ପାଦକ ମନୋଜ ସାହୁ, ନୋଡାଲ ମ୍ୟାନେଜର ଦିଲ୍ଲୀପ ସ୍ୱାଇଁ, ମୁଖ୍ୟ ଶାଖା ବରିଷ୍ଠ ପରିଚାଳକ ପଙ୍କଜ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ସୋସାଇଟିର ଏଭଳି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓ ଆର୍ôଥକ ସହାୟତାକୁ କ୍ରୀଡ଼ା ମହଲରେ ପ୍ରଶଂସା କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande