
ଝାରସୁଗୁଡ଼ା, ୧୩ ଅଗଷ୍ଟ (ହି.ସ.)- ୫୨ତମ ଓଡ଼ିଶା ରାଜ୍ୟ ଜୁନିୟର କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲା ଜୁନିୟର କବାଡି ଦଳ ଗୁରୁବାର ସକାଳୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି। ୧୨ ଜଣିଆ ଖେଳାଳିଙ୍କୁ ନେଇ ଗଠିତ ଏହି ଦଳ ସହିତ ଟିମ ମ୍ୟାନେଜର ସୁଶାନ୍ତ ମହାନ୍ତି ଇଣ୍ଟରସିଟି ଏକ୍ସପ୍ରେସ ଯୋଗେ ଭୁବନେଶ୍ୱର ଗସ୍ତ କରିଛନ୍ତି। ଆଜି ଝାରସୁଗୁଡ଼ା ରେଳଷ୍ଟେସନରେ ଦଳକୁ ଉତ୍ସାହର ସହ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହି ଅବସରରେ ତାପସରାୟ ଚୌଧୁରୀ,ବିଜୟ ବେହେରା, ଗଣେଶ ନାୟକ, ମନୋଜ ଦାସ ଏବଂ ବିଜୟ ବକ୍ସି ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ସଫଳତା କାମନା କରିଥିଲେ। ଝାରସୁଗୁଡ଼ା ଜିଲ୍ଲା ଦଳ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ଜିଲ୍ଲା ପାଇଁ ସୁନାମ ଆଣିବ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ