
ଗଞ୍ଜାମ, ୧୩ ଅଗଷ୍ଟ (ହି.ସ.)-
ପ୍ରେମିକାକୁ ପ୍ରତାରଣା କରି ପ୍ରେମିକ ବୈଦ୍ୟନାଥ ପୁର ଥାନା ପୁଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଆସିକା ଥାନା ବାବନପୁରର ସିଏଚ ରେଵତ କୁମାର (୨୦) l ଵ୍ରହ୍ମପୁର ବଡ଼ବଜାରର ଥାନା ଅଂଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ପରବର୍ତ୍ତୀ ସମୟରେ ପ୍ରେମିକ ଯୁବତୀଙ୍କୁ ଵିଵାହ କରିବାକୁ ମନାକରି ଦେଇ ତାଙ୍କ ଠାରୁ ସମ୍ପର୍କ ତୁଟାଇ ଦେଇଥିଲେ। ଯୁବତୀଙ୍କ ଅଭିଯୋଗ କ୍ରମେ ବୈଦ୍ୟନାଥ ପୁର ଥାନା ପୁଲିସ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ