
ଭୁବନେଶ୍ୱର, ୧୩ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ଟି ସ୍ଥାନରେ ଅତ୍ୟଧିକ ଭୀଷଣ ବର୍ଷା ହୋଇଥିବା ବେଳେ ୧୫ଟି ସ୍ଥାନରେ ଅତି ଭୀଷଣ ବର୍ଷା ଏବଂ ୧୬ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୨୩୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ମୟୂରଭଞ୍ଜ ଜିଲ୍ଲାର ଶାମାଖୁଂଟାରେ ୨୩୦.୦ ମି.ମି., ବାରିପଦାରେ ୨୧୫.୨ ମି.ମି., ବାଲେଶ୍ୱର ଜିଲ୍ଲାର ରାଜଘାଟରେ ୨୦୪.୮ ମି.ମି., ଏନ.ଏଚ.-୫, ଗୋବିନ୍ଦପୁରରେ ୧୮୫.୬ ମି.ମି., ବାଙ୍ଗିରିପୋଷିରେ ୧୭୦.୮ ମି.ମି., ବାଲେଶ୍ୱର ଜିଲ୍ଲାର ବାଲେଶ୍ୱରରେ ୧୬୯.୪ ମି.ମି., ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ୧୬୭.୦ ମି.ମି., ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ୧୬୨.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାରେ ୧୩୨.୦ ମି.ମି., ଚନ୍ଦନପୁରରେ ୧୩୦.୨ ମି.ମି., ଚନ୍ଦୁଆରେ ୧୩୦.୦ ମି.ମି. ଏବଂ ରାସଗୋବିନ୍ଦପୁରରେ ୧୨୮.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ