୨୭ ବର୍ଷ ପରେ ଲୁଟ୍ ମାମଲାର ଫେରାର ଅଭିଯୁକ୍ତ ଗିରଫ
One NBW arrested in Badmal PS
Badmal PS


ଝାରସୁଗୁଡ଼ା, ୧୩ ଅଗଷ୍ଟ (ହି.ସ.)- ଦୀର୍ଘ ୨୭ ବର୍ଷ ଧରି ଫେରାର ଥିବା ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ମାଳ ଥାନା ପୋଲିସ। ଅଭିଯୁକ୍ତର ନାମ ମଦନ ଦୀପ (୪୮)। ସେ ବଡ଼ମାଳ ଥାନା ଅନ୍ତର୍ଗତ ପଣ୍ଡ୍ରିପଥର ଗ୍ରାମର ଧରୁଣ ଦୀପଙ୍କ ପୁଅ ବୋଲି ଜଣାପଡ଼ିଛି।

ପୋଲିସ ସୂଚନା ଅନୁଯାୟୀ, ୧୯୯୯ ମସିହାରେ ଘଟିଥିବା ଏକ ଲୁଟପାଟ ଘଟଣା ସଂକ୍ରାନ୍ତରେ ରୁଜୁ ହୋଇଥିବା ଜିଆର୍ ମାମଲା ନମ୍ବର ୨୦/୧୯୯୯ରେ ମଦନ ଦୀପ ଅଭିଯୁକ୍ତ ଥିଲା। ମାମଲା ପରେ ସେ ଦୀର୍ଘଦିନ ଧରି ଫେରାର ରହିଥିଲା। ଫଳରେ ତା' ବିରୋଧରେ ଝାରସୁଗୁଡ଼ା ଏସ୍ଡିଜେଏମ୍ କୋର୍ଟ ପକ୍ଷରୁ ଜାମିନ ବିହୀନ ୱାରେଣ୍ଟ (ଏନବିଡବ୍ଲୁ) ଜାରି ହୋଇଥିଲା। ଏନବିଡବ୍ଲୁକୁ ଆଧାର କରି ବଡ଼ମାଳ ଥାନା ପୋଲିସ ତାକୁ ଧରିବା ପାଇଁ ଚଢ଼ଉ କରିଥିଲା। ଶେଷରେ ମଦନ ଦୀପକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା। ଗିରଫ ପରେ ଗୁରୁବାର ତାକୁ ଝାରସୁଗୁଡ଼ା ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande