


ବଲାଙ୍ଗିର, ୧୩ ଅଗଷ୍ଟ (ହି.ସ.)- ଆଜି ବଲାଙ୍ଗୀର ସ୍ଥିତ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରରେ “ଶିଶୁ ଭାରତୀ”ର ଶପଥ ଗ୍ରହଣ ଓ ବିଜ୍ଞାନ ମେଳାର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବିଦ୍ୟାଳୟର ସଭାପତି ଡ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିଶୁ ଭାରତୀ ସଞ୍ଚାଳିକା ଗୁରୁମା କଲ୍ୟାଣୀ ପଣ୍ଡା ଶିଶୁ ଭାରତୀ ଗଠନର ଉଦ୍ଦେଶ୍ୟ ଜଣାଇଥିଲେ ତଥା ନବ ନିର୍ବାଚିତ ଛାତ୍ରଛାତ୍ରୀ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ପରେ ନବ ନିର୍ବାଚିତ ଛାତ୍ରଛାତ୍ରୀଗଣ ଶପଥ ଗ୍ରହଣ କରିଥିଲେ । ଶିଶୁଭାରତୀର ଅନ୍ୟାନ୍ୟ ନିର୍ବାଚିତ ସଦ୍ୟସ୍ୟଙ୍କୁ ଦାୟିତ୍ବ ପ୍ରଦାନ ଓ ଶପଥ ପାଠ କରାଯାଇଥିଲା । ପ୍ରଧାନାଚାର୍ଯ୍ୟ ଶିଶୁଭାରତୀର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମାର୍ଗ ଦର୍ଶନ କରିଥିଲେ । ସଭାପତି ନିଜର ଆଶିର୍ବଚନ ପ୍ରଦାନ କରିଥିଲେ ।
ମଞ୍ଚାସୀନ ଅନ୍ୟତମ ଅତିଥିଙ୍କ ମଧ୍ୟରେ ସଂପାଦକ ତରଣୀସେନ ପଟେଲ ଉପ ସଭାପତି ରବୀନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ । ଗୁରୁଜୀ ଜଗତ ବିହାରୀ ପଟେଲ ସମସ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଗତ ୧ ତାରିଖରେ ଯେଉଁ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା, ସେହି ବିଜେତାମାନଙ୍କୁ ୧୦୦ଟି ପୁରସ୍କାର ଦିଆଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ