
ବଲାଙ୍ଗୀର,୧୩ ଅଗଷ୍ଟ (ହି.ସ.) - ବଲାଙ୍ଗୀର ଜିଲ୍ଲା ଯୁବକୁଲତା ସମାଜର ଜଣେ ସକ୍ରିୟ ସଦସ୍ୟ ପ୍ରଶାନ୍ତ ପ୍ରଧାନଙ୍କ ଦ୍ୱାରା ଏକ ରକ୍ତଦାନ ପୁଇଁନ୍ତଲା ବ୍ଲକ କଙ୍କରୀଆ ଗ୍ରାମର ମକରଧ୍ୱଜ ପ୍ରଧାନ ବଲାଙ୍ଗୀର ଭୀମ ଭୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ରକ୍ତର ଆବଶ୍ୟକତା ଥିବା ଜାଣି ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତକ୍ଷ ସମାଜର ସମ୍ପାଦକ ଭୁବନେଶ୍ୱର ଭୋଇ ଫୋନ୍ ମାଧ୍ୟମରେ ପ୍ରଶାନ୍ତଙ୍କ ସହ ଯୋଗାଯୋଗ କରି ରକ୍ତଦାନ ପାଇଁ ସହଯୋଗ ମାଗିଥିଲେ। ସମ୍ପାଦକଙ୍କ ଅନୁରୋଧ କ୍ରମେ ପ୍ରଶାନ୍ତ ପ୍ରଧାନ ଆଗେଇ ଆସି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ ହସ୍ପିଟାଲ ରକ୍ତଭଣ୍ଡାରରେ ନିଜ ଜୀବନର ପ୍ରଥମ ରକ୍ତଦାନ କରିଥିଲେ।
ରକ୍ତଦାନ ପରେ ପରିବେଶ ସଚେତନତାର ବାର୍ତା ଦେଇ ପ୍ରକୃତି ବନ୍ଧୁ ତଥା ବଲାଙ୍ଗୀର ଜିଲ୍ଲା ଯୁବକୁଲତା ସମାଜର ସଭାପତି ଅସୀମ କୁମାର ଭୋଇ, ରକ୍ତଦାତା ପ୍ରଶାନ୍ତ ପ୍ରଧାନଙ୍କୁ ଏକ ଚାରାଗଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ଡାକ୍ତର ଅଶୋକ କୁମାର ମିଶ୍ର ଉପସ୍ଥିତ ରହି ରକ୍ତଦାତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଯୁବକୁଲତା ସମାଜର ଏହି ମହତ ପ୍ରୟାସକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ