ସାଳନ୍ଦୀର ବନ୍ୟା ପ୍ରକୋପ, ପୂର୍ତ ଓ ଆଖୁଆପଦା ଜଳସେଚନ ବିଭାଗ ଉତରଦାୟୀ !
ଭଦ୍ରକ, ୧୩ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ପୂର୍ତ ବିଭାଗର ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁଁ ଚଳିତବର୍ଷ ସାଳନ୍ଦୀ ନଦୀର ସାମାନ୍ୟ ଜଳ ପ୍ରବାହରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାର ଚର୍ଚ୍ଚା ଜୋର ଧରିଛି। ଏବେବି ତିହିଡି ବ୍ଲକ୍ର ବହୁ ଅଂଚଳ ଜଳବନ୍ଦୀ ହୋଇ ପଡିରହିଛି। ଚଳିତବର୍ଷ ସାଳନ୍ଦୀ ନଦୀ
SALANDI BANYA PRAKOPA PHOTO


ଭଦ୍ରକ, ୧୩ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ପୂର୍ତ ବିଭାଗର ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁଁ ଚଳିତବର୍ଷ ସାଳନ୍ଦୀ ନଦୀର ସାମାନ୍ୟ ଜଳ ପ୍ରବାହରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାର ଚର୍ଚ୍ଚା ଜୋର ଧରିଛି। ଏବେବି ତିହିଡି ବ୍ଲକ୍ର ବହୁ ଅଂଚଳ ଜଳବନ୍ଦୀ ହୋଇ ପଡିରହିଛି। ଚଳିତବର୍ଷ ସାଳନ୍ଦୀ ନଦୀର ବନ୍ୟା ପରିସ୍ଥିତିକୁ ଯଦି ଅନୁଧ୍ୟାନ କରାଯାଏ, ତେବେ ଡ୍ୟାମର ଜଳ ନିଷ୍କାସନ ପାଇଁ ନୁହେଁ ଗତ ଜୁନ୍ ୨୮ ଓ ୨୯ ତାରିଖରେ ହଦଗଡ ଡ୍ୟାମ୍ରେ ୯ ଶହ ଘନମିଟର ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଥିଲା ୮୫ ଘନମିଟର। ନିଷ୍କାସିତ ଜଳ ମଧ୍ୟରୁ ନଦୀକୁ ଛଡାଯାଇଥିଲା ୫୧ ଘନମିଟର। ଅବଶିଷ୍ଟ ଡ୍ୟାମ୍ ଜଳ ସାଳନ୍ଦୀ ନଦୀର ବାମ ଓ ଦକ୍ଷିଣ ପାଶ୍ୱର୍ କେନାଲକୁ ଛଡାଯାଇଥିଲା। ଅତୀତରେ ଡ୍ୟାମ୍ରୁ ଅଧିକ ଜଳ ନିଷ୍କାସିତ କରାଯାଇଥିଲେ ମଧ୍ୟ ସାଳନ୍ଦୀ ନଦୀର ବନ୍ୟା ପରିସ୍ଥିତି ଚଳିତବର୍ଷ ଭଳି ନଥିଲା। ଏଥର ଏହି ବନ୍ୟା ପରିସ୍ଥିତିର ଭୟାବହର ମୁଖ୍ୟ କାରଣ ହେଲା ସାଳନ୍ଦୀ ନଦୀ ମୁହାଣର ବାମପାଶ୍ୱର୍ ତିନିତର ଠାରେ ଆରଡି-ଚାନ୍ଦବାଲି ସଡକ ପଥ ପାଇଁ ପୂର୍ତ ବିଭାଗ ତରଫରୁ ଏକ ବ୍ରିଜ୍ ୨୦୨୨ ମସିହାରୁ ନିର୍ମାଣ କାର୍ଯ୍ୟ ଚାଲିଆସୁଛି। ଏହି ବ୍ରିଜ୍ର ଶେଷ ପର୍ଯ୍ୟାୟ କାମ ପାଇଁ ପୂର୍ତ ବିଭାଗ ତରଫରୁ ଗତ ୭/୮ ମାସ ତଳେ ତିନିତର ଠାରେ ନଦୀର ଦୁଇ ପାଶ୍ୱର୍ରେ ସିଟ୍ ପାଇଲ୍ ଦେଇ ଏକ ସୁଦୃଢ ମାଟିବନ୍ଧ ନିର୍ମାଣ କରାଯାଇଛି। ଏହି ମାଟିବନ୍ଧଟି ନିର୍ମାଣ ହେବା ଫଳରେ ସାଳନ୍ଦୀ ନଦୀର ୭୦ ପ୍ରତିଶତ ଜଳ ପାସ୍ କରିନପାରି ଅବରୋଧ ସମସ୍ୟା ଉପୁଯାଇ ପଛକୁ ଠେଲେ। ଯାହାଫଳରେ ସାଳନ୍ଦୀ ନଦୀର ତଳ ଅଂଚଳ ଚାନ୍ଦବାଲି ବ୍ଲକ୍ର ମାଧପୁର, ଭୂଇଁବୃତି, ତେନ୍ତୁଳିଡିହ ସହ ତିହିଡି ବ୍ଲକ୍ର ତିନିତର, ବିଲଣା, ବାରସର, ବାରୋ, କାଁପଡା, ଗଳଗଣ୍ଡପୁର ଆଦି ଉଭୟ ବ୍ଲକ୍ର ବହୁ ତଳ ଅଂଚଳ ଜଳବନ୍ଦୀ ହେବା ସହ ଶହ ଶହ ହେକ୍ଟର ଚାଷଜମି ସମୁଦ୍ର ପାଲଟିଲା। ପୂର୍ତ ବିଭାଗର ଏହି ଦାୟିତ୍ୱହୀନତା କାର୍ଯ୍ୟ ପାଇଁ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀମାନେ ଆନ୍ଦୋଳନ କରିଥିଲେ। ପୂର୍ତ ବିଭାଗ ଏଥିପ୍ରତି କର୍ଣ୍ଣପାତ ନକରି ନୀରବଦ୍ରଷ୍ଟା ସାଜିଲା। ଏବେବି ସୁଦୃଢ ମାଟିବନ୍ଧ ସେଠାରେ ରହିଛି। ବିଭାଗ ପକ୍ଷରୁ ଏହାକୁ ଭଙ୍ଗାଯାଉନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ତିନିତର ବନ୍ୟାଂଚଳ ଗୁଡିକ ଆଖୁଆପଦା ଜଳସେଚନ ବିଭାଗ ଅଧୀନସ୍ଥ। ଏହି ବିଭାଗର ଏସଇ ଜାଣି ଅଜଣା ଭଳି ନୀରବ ରହିଲେ। ଜଳସଂପଦ ବିଭାଗର ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ନାହିଁ। ଜଳସଂପଦ ବିଭାଗର ବ୍ୟବସ୍ଥା ଅନୁଯାୟୀ ବର୍ଷାଋତୁ ପୂର୍ବରୁ ସମସ୍ତ ନଦୀଗୁଡିକରେ ଥିବା ଅସ୍ଥାୟୀ ମାଟିବନ୍ଧ ଗୁଡିକୁ ତୁରନ୍ତ ଭଙ୍ଗାଯିବା ପାଇଁ ନିର୍ଦ୍ଦେଶ ରହିଛି। ଆଖୁଆପଦା ଏସଇ ତିନିତରରେ ଥିବା ଅସ୍ଥାୟୀ ସୁଦୃଢ ମାଟିବନ୍ଧକୁ ଭଙ୍ଗାଯିବା ପାଇଁ ପୂର୍ତ ବିଭାଗକୁ କାହିଁକି ପରାମର୍ଶ ଦେଲେ ନାହିଁ। ପରବର୍ତୀ ସମୟରେ ସାଳନ୍ଦୀ ଜଳସେଚନ ବିଭାଗ ଏସଇ ସେହିସ୍ଥାନ ପରିଦର୍ଶନ କରି ଜଳସଂପଦ ବିଭାଗର ଚିଫ୍ ଇଂଜିନିୟର ଓ ଇଆଇସି ଙ୍କୁ ଜଣାଇଥିଲେ। ପରେ ବୈତରଣୀ ବେସିନ୍ ଚିଫ୍ ଇଂଜିନିୟର ସଂଜୀବ ନାୟକ ଗତ ୯ ତାରିଖରେ ତିନିତର ପରିଦର୍ଶନ କରି ବାସ୍ତବ ଚିତ୍ର ଅନୁଭବ କରିଥିଲେ ଓ ପୂର୍ତ ବିଭାଗକୁ ୭ଦିନ ଭିତରେ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାସ୍ତବରେ ଚଳିତ ବର୍ଷରେ ସାଳନ୍ଦୀ ନଦୀର ବନ୍ୟା ପାଇଁ ପୂର୍ତ ବିଭାଗ ଓ ଆଖୁଆପଦା ଜଳସଂପଦ ବିଭାଗକୁ ଉତରଦାୟୀ ବୋଲି ବନ୍ୟା ପ୍ରପୀଡିତ ଅଭିଜ୍ଞ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ମତ ପ୍ରକାଶ ପାଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande