
କୋରାଇ, ୧୩ ଅଗଷ୍ଟ(ହି.ସ.) – ପାଣିକୋଇଲି ପୁଲିସ ଆଜି ଜଣେ ଆକ୍ରମଣକାରୀଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। ପ୍ରକାଶ ଯେ ଗୋଳେଇପୁର ପଂଚାୟତ ସୋତି ଗ୍ରାମର ସତ୍ୟବାଦ ଦାଶ ଓ ଭବାନୀ ଶଙ୍କର ଦାଶଙ୍କ ମଧ୍ୟରେ ଜମିବାଡ଼ି ବିବାଦ ରହିଥିଲା। ଗତ ଜୁନ୍ ୨୮ ତାରିଖ ରାତ୍ରୀରେ ଗୀତା ହୋଟେଲରେ କାମ କରୁଥିବା ସତ୍ୟବାନ ତାଙ୍କ କାମସାରି ବିଳମ୍ବିତ ରାତ୍ରୀରେ ଘରକୁ ଫେରୁଥିଲେ। ନବଦାସ ଦୋକାନ ପଛପଟେ ଲୁଚି ରହିଥିବା ଭବାନୀ ହଠାତ ତାଙ୍କୁ ଆକ୍ରମଣ କରିଥିଲା। ଠେଙ୍ଗାରେ ମୁଣ୍ଡକୁ ଆକ୍ରମଣ କଲାବେଳେ ସତ୍ୟବାନ କୌଶଳ କ୍ରମେ ମୁଣ୍ଡକୁ ବଂଚାଇଦେଇଥିବାବେଳେ ଭବାନୀର ମାଡ଼ରେ ଅଚେତ ହୋଇ ପଡ଼ିଥିଲେ। ପରେ ଲୋକମାନଙ୍କ ସହୟତାରେ ଉଦ୍ଧାର ହୋଇ ଚିକତ୍ସିତ ହୋଇଥିଲେ। ଜୁନ୍ ୨୯ ସତ୍ୟବାନ ଏନେଇ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ୨୫୫/୨୬ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ଭବାନୀ ଫେରାର ଥିବାରୁ ତାକୁ ଧରିପାରିନଥିଲା। ଏମିତିକି ଭବାନୀ ଫୋନରେ ସତ୍ୟବାନ ଓ ତା’ର ପୁଅକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଆଜି ଭବାନୀ ଘରକୁ ଫେରିଥିବା ଖବର ପାଇ ପୁଲିସ ତା’ର ଘରୁ ତାକୁ ଗିରଫ କରି ଅଦାଲତ ଚାଲାଣ କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି