ସେପ୍ଟେମ୍ବର ମାସ ୧୨ ତାରିଖ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ
ବଲାଙ୍ଗିର, ୧୩ ଅଗଷ୍ଟ (ହି.ସ.)- ଆସନ୍ତା ସେପ୍ଟେମ୍ବର ମାସ ୧୨ ତାରିଖ ଶନିବାର ଦିନ ବଲାଙ୍ଗିର, ପାଟଣାଗଡ଼, ଟିଟିଲାଗଡ, କଂଟାବାନ୍ଜି, ଲୋଇସିଂହା, ସଇଁତଳା, ମୁରିବାହାଲ, ବଙ୍ଗୋମୁଣ୍ଡା ଏବଂ ଦୂଷୁରା ଅଦାଲତ ପରିସରରେ ଓ ଜିଲ୍ଲାର ସମସ୍ତ ରାଜସ୍ଵ ବିଭାଗ ତଥା ରାଷ୍ଟ୍ରାୟତ ବ୍ୟାଙ୍କ, ଜିଲ୍ଲା ଶ୍ରମ ବିଭାଗ
ସେପ୍ଟେମ୍ବର ମାସ ୧୨ ତାରିଖ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ  ବଲାଙ୍ଗିର ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା


ବଲାଙ୍ଗିର, ୧୩ ଅଗଷ୍ଟ (ହି.ସ.)- ଆସନ୍ତା ସେପ୍ଟେମ୍ବର ମାସ ୧୨ ତାରିଖ ଶନିବାର ଦିନ ବଲାଙ୍ଗିର, ପାଟଣାଗଡ଼, ଟିଟିଲାଗଡ, କଂଟାବାନ୍ଜି, ଲୋଇସିଂହା, ସଇଁତଳା, ମୁରିବାହାଲ, ବଙ୍ଗୋମୁଣ୍ଡା ଏବଂ ଦୂଷୁରା ଅଦାଲତ ପରିସରରେ ଓ ଜିଲ୍ଲାର ସମସ୍ତ ରାଜସ୍ଵ ବିଭାଗ ତଥା ରାଷ୍ଟ୍ରାୟତ ବ୍ୟାଙ୍କ, ଜିଲ୍ଲା ଶ୍ରମ ବିଭାଗ, ବି ଏସ ଏନ ଏଲ ମ୍ୟୁନିସିପାଲିଟୀ, ପି ଏଚ ଡୀ, କଷ୍ଟମର୍ ଫୋରମ୍ ୨୦୨୬ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥିରେ ସମସ୍ତ ପ୍ରକାରର ବିଚାରଧୀନ ମୋକଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ମୋଟର ଦୁର୍ଘଟଣାଜନିତ କ୍ଷତିପୁରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ, ବୈବାହିକ ବିବାଦ, ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଦେୱାନୀ ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଏହାସହ ପ୍ରାକ୍ ମୋକଦ୍ଦମାସ୍ତରୀୟ ମାମଲା ତଥା ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ସାଲିସ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମୋକଦ୍ଦମା ଇତ୍ୟାଦିର ସମାଧାନ ମଧ୍ୟ ଏହି ରଷ୍ଟ୍ରୀୟ ଲୋକ ଆଦାଲତରେ ହୋଇପାରିବ । ଲୋକ ଅଦାଲତରେ ମୋକଦ୍ଦମା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ କରିବାକୁ ପଡେ ନାହିଁ । ଦୀର୍ଘଦିନ ଧରି ଚାଲୁଥିବା ମୋକଦ୍ଦମାର ସହଜ ସମାଧାନ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହା ଏକ ସୁବର୍ଣ ସୁଯୋଗ ।

ଏ ସଂକ୍ରାନ୍ତରେ ବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଓ ତାଲୁକ ଆଇନ ସେବା କମିଟି ପାଟଣାଗଡ଼, ଟିଟିଲାଗଡ, କଂଟାବାଂଜି, ଲୋଇସିଂହା, ସଇଁତଳା, ମୁରିବାହାଲ, ବଙ୍ଗୋମୁଣ୍ଡା, ତୁଷୁରା ଏବଂ ଅନ୍ୟ ଉପରୋକ୍ତ ବିଭାଗ ମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସୂଚନା ଦିଆଯାଉଅଛି । ଏଥି ସହିତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ, ଜାତୀୟ ମଧ୍ୟସ୍ଥତା ଅଭିଯାନ-୩.୦ ଚାଲୁଅଛି । ଏହି ମାଧ୍ୟମରେ ନିଜ ମାମଲାର ଫଇସଲା କରି ବହୁମୂଲ୍ୟ ସମୟ, ଶ୍ରମ ଓ ଅର୍ଥ ସଂଚୟ କରନ୍ତୁ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande