ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ, ୧୩ ଅଗଷ୍ଟ (ହି.ସ.)- ଆଜି ଗୁରୁବାର ଶ୍ରାବଣ ଶୁକ୍ଳ ପ୍ରତିପଦ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର
ଆଜି ଶ୍ରୀମନ୍ଦିର ରେ ଶ୍ରୀବିଗ୍ରହ ଙ୍କ ବନକଲାଗି ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ


ପୁରୀ, ୧୩ ଅଗଷ୍ଟ (ହି.ସ.)- ଆଜି ଗୁରୁବାର ଶ୍ରାବଣ ଶୁକ୍ଳ ପ୍ରତିପଦ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି | ଦତ୍ତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବେ । ଦ୍ୱିତୀୟ ଭୋଗ ମଣ୍ଡପ ସରିବା ପରେ ଗର୍ଭ ଗୃହ ବନ୍ଦ ହୋଇ ଏହି ନୀତି ସମ୍ପାଦନ କରାଯିବ । ଦତ୍ତ ମହାପାତ୍ର ସେବକ ରତ୍ନସିଂହାସନ ଉପରକୁ ଯାଇ ଶ୍ରୀବିଗ୍ରହଙ୍କ ମୁଖଶୃଙ୍ଗାର କରିବେ । ପ୍ରାକୃତିକ ରଙ୍ଗ ସହ କସ୍ତୁରୀ ଓ କେଶର ସୁବାସିତ ପଦାର୍ଥ ମିଶ୍ରଣ କରାଯିବ ।

ବନକଲାଗି ପ୍ରସ୍ତୁତି ପାଇଁ ବନକଲାଗି ଘର ରହିଛି । ଶଙ୍ଖକୁ ଚୂର୍ଣ୍ଣ କରି ଧଳା ରଙ୍ଗ, ହରିତାଳରୁ ହଳଦିଆ ରଙ୍ଗ, ହେଙ୍ଗୁଳରୁ କଳା ରଙ୍ଗ ପ୍ରସ୍ତୁତ ହୋଇଥାଏ । ଏହି ରଙ୍ଗରେ କସ୍ତୁରୀ ଓ କର୍ପୂର ମିଶା ଯାଇଥାଏ । ବନକଲାଗି ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ । ମହାପ୍ରଭୁଙ୍କ ମହାସ୍ନାନ ପରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବେ |

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande