
ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ଦିବ୍ୟାଙ୍ଗଙ୍କ
ସମ୍ପତ୍ତି ସୁରକ୍ଷା ପାଇଁ ଆସିବ ନୂଆ ମାର୍ଗଦର୍ଶିକା । ଜମି ହସ୍ତାନ୍ତରରେ ହେବ କଡ଼ା ଯାଞ୍ଚ, ବେଆଇନ ଦଖଲ ଓ ଠକେଇ ରୋକିବାକୁ ରାଜସ୍ୱ ବିଭାଗକୁ
ପ୍ରସ୍ତାବ ଦିଆଯାଇଛି । ଦିବ୍ୟାଙ୍ଗ ବ୍ୟକ୍ତିଙ୍କ
ପୈତୃକ, ଉତ୍ତରାଧିକାରୀ, ସରକାରୀ ଆବଣ୍ଟିତ ଓ
ସ୍ୱଅର୍ଜିତ ଜମି ଏବଂ ସ୍ଥାବର ସମ୍ପତ୍ତିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି
କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଅନୁରୋଧ କରିଛି ସାମାଜିକ ସୁରକ୍ଷା ଓ
ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ। ଦିବ୍ୟାଙ୍ଗଙ୍କ ଦୁର୍ବଳତାର ସୁଯୋଗ ନେଇ ସମ୍ପତ୍ତି ହଡ଼ପ,
ଜମି ହସ୍ତାନ୍ତର, ବେଆଇନ ଦଖଲ ଓ ଉତ୍ତରାଧିକାରରୁ
ବଞ୍ଚିତ କରାଯିବା ଭଳି ଘଟଣା ରୋକିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା