ଜୟପୁରରେ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଶିଳ୍ପ ମନ୍ତ୍ରୀ
ଜୟପୁର/ଭୁବନେଶ୍ୱର, ୧୩ ଅଗଷ୍ଟ (ହି.ସ)- ସ୍ୱାଧୀନତା ଦିବସ ପୂର୍ବରୁ ଜୟପୁରରେ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ। ତ୍ରିରଙ୍ଗା ହେଉଛି ଆମ ଜାତୀୟ ଗୌରବ, ସ୍ୱାଭିମାନ ଓ ଏକତାର ପ୍ରତୀକ। ତ୍ରିରଙ୍ଗ
fgh


ଜୟପୁର/ଭୁବନେଶ୍ୱର, ୧୩ ଅଗଷ୍ଟ (ହି.ସ)- ସ୍ୱାଧୀନତା ଦିବସ ପୂର୍ବରୁ ଜୟପୁରରେ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ। ତ୍ରିରଙ୍ଗା ହେଉଛି ଆମ ଜାତୀୟ ଗୌରବ, ସ୍ୱାଭିମାନ ଓ ଏକତାର ପ୍ରତୀକ। ତ୍ରିରଙ୍ଗା ଯାତ୍ରା ଆମ ଭିତରେ ରାଷ୍ଟ୍ରଭକ୍ତିକୁ ଉଦ୍ରେକ କରାଇବା ସହ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ, ସଂଘର୍ଷ ଓ ବଳିଦାନର ମୂଲ୍ୟବୋଧକୁ ପୁଣିଥରେ ସ୍ମରଣ କରାଇଥାଏ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ଜୟପୁର ପୌରପାଳିକା ଅନ୍ତର୍ଗତ ରାଜନଗର ଛକଠାରୁ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ୫୦ ମିଟର ଲମ୍ବର ବିଶାଳ ଜାତୀୟ ପତାକା ପ୍ରଦର୍ଶିତ ହୋଇଥିଲା। ହାତରେ ତ୍ରିରଙ୍ଗା ଧରି ଶହ ଶହ ଛାତ୍ରଛାତ୍ରୀ, ଯୁବକ, ବୁଦ୍ଧିଜୀବୀ, ସମାଜସେବୀ ଓ ସାଧାରଣ ଜନତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସହରର ବିଭିନ୍ନ ରାସ୍ତା ତ୍ରିରଙ୍ଗା ପତାକାରେ ସଜେଇ ହୋଇଥିଲା। ଦେଶପ୍ରେମର ଉତ୍ସାହ ସାଙ୍ଗକୁ କୋରାପୁଟିଆ ଲୋକକଳା ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଢେମ୍ସା ବାଦ୍ୟର ତାଳେ ତାଳେ ଲୋକ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ୟ କଳାକାରଙ୍କ ସହ ଢେମ୍ସା ନୃତ୍ୟରେ ସାମିଲ ହୋଇଥିଲେ। ରାଜନଗର ଛକରୁ ଶୋଭାଯାତ୍ରା ଆରମ୍ଭ ହୋଇ ଜୟପୁର ସହରର ପ୍ରମୁଖ ରାସ୍ତା ଦେଇ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ଶେଷ ହୋଇଥିଲା। ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ‘ବନ୍ଦେ ମାତରମ୍’ ଓ ‘ଭାରତ ମାତା କି ଜୟ’ ନାରାରେ ପୂରା ସହର ପ୍ରକମ୍ପିତ ହୋଇଥିଲା।

କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରାପ୍ରସାଦ ବାହୀନିପତିଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ, ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ସାମିଲ ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande