
ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ଜଗତସିଂହପୁର
ଜିଲ୍ଲାର ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସହ ଜଡ଼ିତ ଏକ ବଡ଼ ଆର୍ଥିକ ଅନିୟମିତତା ମାମଲାରେ
ଓଡ଼ିଶା ଭିଜିଲାନ୍ସ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କା
ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଦୁଇଜଣ ପୂର୍ବତନ ସରକାରୀ ଅଧିକାରୀଙ୍କୁ ଗିରଫ କରାଯାଇଛି। ଗିରଫ
ଅଭିଯୁକ୍ତମାନେ ହେଲେ- ଭଞ୍ଜ କିଶୋର ବେହେରା,
ପୂର୍ବତନ ଏସଆରଏ,
ତିର୍ତ୍ତୋଲ ବ୍ଲକ,
ବର୍ତ୍ତମାନ ନାଉଗାଁ ତହସିଲରେ ଏସଆରଏଭାବେ
କାର୍ଯ୍ୟରତ। ଅନ୍ୟଜଣେ ହେଲେ ପ୍ରଦୀପ୍ତ କୁମାର ମଲ୍ଲିକ, ପୂର୍ବତନ ପିଇଓ, ତିର୍ତ୍ତୋଲ
ବ୍ଲକ (ଅବସରପ୍ରାପ୍ତ)।
୨୦୧୧-୧୨ ରୁ ୨୦୨୧-୨୨
ପର୍ଯ୍ୟନ୍ତ ଆର୍ଥିକ ବର୍ଷଗୁଡ଼ିକୁ ନେଇ ହୋଇଥିବା ବ୍ୟାପକ ତଦନ୍ତ ସମୟରେ ଓଡ଼ିଶା ଭିଜିଲାନ୍ସ
ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟକୁ କେନ୍ଦ୍ର କରି ଦୀର୍ଘଦିନ ଧରି ଚାଲିଥିବା ଏକ ସୁଚିନ୍ତିତ
ଆର୍ଥିକ ଅନିୟମିତତାର ପର୍ଦ୍ଦାଫାଶ କରିଛି। ଏଥିରେ ଭଞ୍ଜ କିଶୋର ବେହେରା, ପୂର୍ବତନ
ଏସଆରଏ, ପ୍ରଦୀପ୍ତ
କୁମାର ମଲ୍ଲିକ, ପୂର୍ବତନ ପିଇଓଏବଂ ତତ୍କାଳୀନ ତିର୍ତ୍ତୋଲ ବ୍ଲକର ପୂର୍ବତନ ଏଇଇସ୍ୱର୍ଗତ
ରାଜଦୀପ ହାଁସଦାଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।
ତଦନ୍ତରୁ ଜଣାପଡ଼ିଛି ଯେ, ତିନିଜଣ
ଅଭିଯୁକ୍ତ ଅଧିକାରୀ ସରକାରୀ ବେତନ ରେଜିଷ୍ଟର ଏବଂ ଅର୍ଥ ବିତରଣ ସମ୍ବନ୍ଧୀୟ ଦଲିଲରେ ଜାଲିଆତି ଓ
ହେରଫେର କରି ସରକାରୀ ଅର୍ଥ ହଡ଼ପ କରିଥିଲେ। ସେମାନେ ଅନୁମୋଦିତ ବଜେଟ୍ ବ୍ୟବସ୍ଥାଠାରୁ ବହୁଗୁଣ
ଅଧିକ ମୂଲ୍ୟର ଜାଲି ଓ ଫୁଲାଯାଇଥିବା ବେତନ ବିଲ୍ ପ୍ରସ୍ତୁତ କରି ଦାଖଲ କରିଥିଲେ। ପରେ ହଡ଼ପ
କରାଯାଇଥିବା ଅର୍ଥକୁ ସେମାନଙ୍କ ବ୍ୟକ୍ତିଗତ ସେଭିଂସ୍ ବ୍ୟାଙ୍କଖାତାକୁ
ସିଧାସଳଖ ଟ୍ରାନ୍ସଫର କରାଯାଇଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି।
ଏହି ଘଟଣା ସମ୍ପର୍କରେ
ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କଟକ ଭିଜିଲାନ୍ସ ଥାନାରେ କେସ୍ ନଂ. ୩୦, ତାରିଖ
୧୨.୦୮.୨୦୨୬ ରେ ପିସି (ସଂଶୋଧିତ) ଆକ୍ଟ, 2018ର ଧାରା ୧୩(୨) ସହ ୧୩(୧)(ଏ) ଏବଂ ଆଇପିସିର ଧାରା
୪୦୯/୪୨୦/୪୬୭/୪୬୮/୪୭୧/୩୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ପୂର୍ବତନ ଏସଆରଏଶ୍ରୀ
ବେହେରା ଏବଂ ପୂର୍ବତନ ପିଇଓଶ୍ରୀ ମଲ୍ଲିକଙ୍କୁ ଆଜି ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, କଟକଙ୍କ
ଅଦାଲତରେ ହାଜର କରାଯାଉଛି। ମାମଲାର ତଦନ୍ତ ବର୍ତ୍ତମାନ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା