ଆୟୁର୍ବେଦିକ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ଆଜି ଭୁବନେଶ୍ଵର ଠାରେ ୧୦୦ ଶଯ୍ୟା ବିଶିଷ୍ଟ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଉନ୍ନତିକରଣ ଏବଂ ଫାର୍ମାସୀ ୱେରହାଉସ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ ମାନ୍ୟବର
ଆୟୁର୍ବେଦିକ ଚିକିତ୍ସାଳୟର     ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ଆଜି ଭୁବନେଶ୍ଵର

ଠାରେ ୧୦୦ ଶଯ୍ୟା ବିଶିଷ୍ଟ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଉନ୍ନତିକରଣ ଏବଂ ଫାର୍ମାସୀ

ୱେରହାଉସ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ । ଏହି ଅବସରରେ ମାନ୍ୟବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ବିଭାଗୀୟ

ଅଧିକାରୀ ଉପସ୍ଥିତ ଥିଲେ।

ଏହି ଅବସରରେ

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୂରଦର୍ଶୀ

ନେତୃତ୍ଵରେ ଆୟୁର୍ବେଦ ଭଳି ଭାରତୀୟ ପୁରାତନ ଚିକତ୍ସା ପଦ୍ଧତିକୁ ପ୍ରୋତ୍ସାହନ ଦିଆଯାଉଛି।

ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ସରକାରୀ ଆୟୁର୍ବେଦ

ଚିକିତ୍ସାଳୟର ଗୁଣାତ୍ମକ ଉନ୍ନତି ଓ ଆଧୁନିକୀକରଣ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏହି

ସମସ୍ତ ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ରୋଗୀ-କେନ୍ଦ୍ରିକ, ସୁରକ୍ଷିତ, ଗୁଣାତ୍ମକ

ଓ ବୈଜ୍ଞାନିକ ମାନଦଣ୍ଡ ଆଧାରିତ ଆୟୁର୍ବେଦ ଚିକିତ୍ସା ସେବାକୁ ଅଧିକ ସୁଲଭ ଓ ସୁଦୃଢ଼ କରିବା। ଏହା

ଦ୍ୱାରା ସରକାରୀ ଆୟୁର୍ବେଦ ଚିକିତ୍ସାଳୟଗୁଡ଼ିକର ସେବା ମାନ ଉନ୍ନତ ହେବା ସହିତ ଜନସାଧାରଣଙ୍କ

ମଧ୍ୟରେ ଆୟୁର୍ବେଦ ଚିକିତ୍ସା ପ୍ରତି ଆସ୍ଥା ଓ ଗ୍ରହଣୀୟତା ଆହୁରି ବୃଦ୍ଧି ପାଇବ ବୋଲି ସେ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande