ଗୋ ଚାଲାଣ ମାମଲାରେ ଅନ୍ୟ ଏକ ଅଭିଯୁକ୍ତ ଗିରଫ
ଜୟପୁର, ୧୩ ଅଗଷ୍ଟ(ହି.ସ.) – ଗୋ ଚାଲାଣ ମାମଲାରେ ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ନବରଙ୍ଗପୁରର ଏସ୍. କେ. ମସ୍ଥାନା। ପୋଲିସ ସୁଚନା ଅନୁଯାୟୀ ଗତ ମେ’ ମାସରେ କଂଟେନରେ ହାଇଦ୍ରାବାଦ ଗୋ ଚାଲାଣ ହେଉଥିବା ସମୟରେ ପୋଲିସ ସୂଚନା ପାଇ ଜୟପୁର ଠାରେ ଚଢ଼ାଉ
ଜୟପୁର ଜୟନଗର ଅଞ୍ଚଳରେ ଦେହ ବେପାର ଅଭିଯୋଗ ଚଢ଼ଉ ବେଳେ ଛାତ ଡେଇଁ ଫେରାର ରାଣୀ ମହୁମାଛି, ଗ୍ରାହକ ଗିରଫ


ଜୟପୁର, ୧୩ ଅଗଷ୍ଟ(ହି.ସ.) – ଗୋ ଚାଲାଣ ମାମଲାରେ ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ନବରଙ୍ଗପୁରର ଏସ୍. କେ. ମସ୍ଥାନା। ପୋଲିସ ସୁଚନା ଅନୁଯାୟୀ ଗତ ମେ’ ମାସରେ କଂଟେନରେ ହାଇଦ୍ରାବାଦ ଗୋ ଚାଲାଣ ହେଉଥିବା ସମୟରେ ପୋଲିସ ସୂଚନା ପାଇ ଜୟପୁର ଠାରେ ଚଢ଼ାଉ କରିଥିଲା। ଚଢ଼ାଉ କରି ୮୧ଟି ଗାଈ ବଳଦ ଓ କଂଟେନରକୁ ଜବତ କରିଥିଲା। ଏହି ମାମଲାରେ ଆଗରୁ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଏସ୍କେ ମସ୍ଥାନାକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଟାଉନ ପୋଲିସ ତରଫରୁ ସୂଚନା ଦିଆଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande