ଜୟପୁର ଜୟନଗର ଅଂଚଳରେ ଦେହ ବେପାର ଅଭିଯୋଗ ଚଢ଼ଉ ବେଳେ ଛାତ ଡେଇଁ ଫେରାର ରାଣୀ ମହୁମାଛି, ଗ୍ରାହକ ଗିରଫ
ଜୟପୁର, ୧୩ ଅଗଷ୍ଟ (ହି.ସ.) - ଜୟପୁର ସହରରେ ଦେହ ବେପାର ଚାଲିଥିବା ଅଭିଯୋଗକୁ ନେଇ ଟାଉନ ଥାନା ପୁଲିସ ପକ୍ଷରୁ ଆଜି ସହରର ଜୟନଗର ଅଂଚଳରେ ଚଢ଼ଉ କରିଛି। ଚଢ଼ଉ ବେଳେ ଛାତ ଡେଇଁ ଫେରାର ରାଣୀ ମହୁମାଛି, ଗ୍ରାହକ ଗିରଫ , ଫେରାର ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ପୁଲିସ ଚଢ଼ଉ କରିବା ସମ
ଜୟପୁର ଜୟନଗର ଅଞ୍ଚଳରେ ଦେହ ବେପାର ଅଭିଯୋଗ ଚଢ଼ଉ ବେଳେ ଛାତ ଡେଇଁ ଫେରାର ରାଣୀ ମହୁମାଛି, ଗ୍ରାହକ ଗିରଫ


ଜୟପୁର, ୧୩ ଅଗଷ୍ଟ (ହି.ସ.) - ଜୟପୁର ସହରରେ ଦେହ ବେପାର ଚାଲିଥିବା ଅଭିଯୋଗକୁ ନେଇ ଟାଉନ ଥାନା ପୁଲିସ ପକ୍ଷରୁ ଆଜି ସହରର ଜୟନଗର ଅଂଚଳରେ ଚଢ଼ଉ କରିଛି। ଚଢ଼ଉ ବେଳେ ଛାତ ଡେଇଁ ଫେରାର ରାଣୀ ମହୁମାଛି, ଗ୍ରାହକ ଗିରଫ , ଫେରାର ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।

ପୁଲିସ ଚଢ଼ଉ କରିବା ସମୟରେ ଘଟଣାସ୍ଥଳରୁ ଜଣେ ମହିଳା ଛାତ ଡେଇଁ ଫେରାର ହୋଇଯାଇଥିବା ପୁଲିସ କହିଛି। ଫେରାର ହୋଇଯାଇଥିବା ମହିଳା ଏହି ଦେହ ବେପାର ରାକେଟ୍ର ମୁଖ୍ୟ ଅର୍ଥାତ ରାଣୀ ମହୁମାଛି ବୋଲି ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ, ଜୟପୁର ସହରର ଏହି ସ୍ଥାନରେ ଦୀର୍ଘଦିନ ଧରି ଦେହ ବେପାର ଚାଲିଥିବା ନେଇ ପୁଲିସ ନିକଟରେ ଖବର ପହଂଚିଥିଲା। ଏହାକୁ ଆଧାର କରି ଟାଉନ ଥାନା ପୁଲିସ ସେଠାରେ ଚଢ଼ଉ କରିଥିଲା। ପୁଲିସ ପହଂଚିବା ଜାଣି ରାଣୀ ମହୁମାଛି ଘରର ଛାତ ଉପରକୁ ଯାଇ ପରେ ଛାତ ଡେଇଁ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡ଼ିଛି।

ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଭିଡିଓରେ ଜଣେ ମହିଳା ଛାତ ଡେଇଁ ଫେରାର ହେଉଥିବା ଦୃଶ୍ୟ ରହିଛି। ଚଢ଼ଉ ସମୟରେ ପୁଲିସ ଘଟଣାସ୍ଥଳରୁ ଜଣେ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ଜଣେ ଦେହଜୀବୀ ଅଟକ ହୋଇଥିବା ମଧ୍ୟ ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଏହି ରାକେଟ୍ କେତେଦିନ ଧରି ଚାଲିଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଫେରାର ମହିଳାଙ୍କୁ ଧରିବା ପାଇଁ ମଧ୍ୟ ପୁଲିସ ପକ୍ଷରୁ ଉଦ୍ୟମ ଚାଲିଥିବା ଜଣାପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande