ଛୁରି ଦେଖାଇ ଲୁଟ୍ କଲେ ମୁଖାଧାରୀ ଦୁର୍ବୁତ, ମହିଳାଙ୍କ ସହ ଅସଦାଚରଣ, ସାଇଂଟିଫିକ ଟିମ ର ତଦନ୍ତ
ଜୟପୁର,, ୧୩ ଅଗଷ୍ଟ (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ଦାମାପୁଟ ପରଜାଗୁଡ଼ା ନିକଟସ୍ଥ ଏକ ଫାର୍ମହାଉସ୍ରେ ମୁଖାପିନ୍ଧା ଲୁଟେରା ମାରଣାସ୍ତ୍ର ଧରି ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କୁ ଭିତି କରି ପୋଲିସ ଓ ସାଇଂଟିଫିକ ଟିମ ତଦନ୍ତ କରିଛି । ବିଳମ୍ବିତ ରାତିରେ ୫ ଜଣ ମୁଖାପିନ୍ଧ
ଛୁରି ଦେଖାଇ ଲୁଟ୍ କଲେ ମୁଖାଧାରୀ ଦୁର୍ବୁତ୍ତ   ମହିଳାଙ୍କ ସହ ଅସଦାଚରଣ, ଶିଶୁଙ୍କ ବେକରେ ଛୁରି ଲଗାଇ ଧମକ ନେଇ ଅଭିଯୋଗ, ସାଇଣ୍ଟିଫିକ ଟିମ ର ତଦନ୍ତ


ଜୟପୁର,, ୧୩ ଅଗଷ୍ଟ (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ଦାମାପୁଟ ପରଜାଗୁଡ଼ା ନିକଟସ୍ଥ ଏକ ଫାର୍ମହାଉସ୍ରେ ମୁଖାପିନ୍ଧା ଲୁଟେରା ମାରଣାସ୍ତ୍ର ଧରି ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କୁ ଭିତି କରି ପୋଲିସ ଓ ସାଇଂଟିଫିକ ଟିମ ତଦନ୍ତ କରିଛି । ବିଳମ୍ବିତ ରାତିରେ ୫ ଜଣ ମୁଖାପିନ୍ଧା ଦୁର୍ବୃତ ଘରେ ପଶି ପରିବାର ସଦସ୍ୟଙ୍କୁ ମାଡ଼ ମାରିବା ସହ ବନ୍ଧକ ରଖି ଲୁଟ୍ ପାଟ୍ କରିଛନ୍ତି। ଶିଶୁଙ୍କ ବେକରେ ଛୁରି ଲଗାଇ ହତ୍ୟା ଧମକ ଦେବା ଏବଂ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ରାତି ପ୍ରାୟ ୧୨ଟା ସମୟରେ ଫାର୍ମହାଉସ୍ରେ ରହୁଥିବା ମନୁ ଯାନି (୪୧) ଘର ବାହାରକୁ ଆସିଥିଲେ। ଏହି ସମୟରେ ମୁହଁରେ ମାସ୍କ ପିନ୍ଧିଥିବା ୫ ଜଣ ଅଜଣା ଯୁବକ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲେ। ତାଙ୍କୁ ମାଡ଼ ମାରି ଘର ଭିତରକୁ ନେବା ପରେ ବାନ୍ଧି ଦେଇଥିଲେ। ପରେ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ଲୁଗାପଟା ଟଣାଓଟରା କରି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ କାନ ଓ ନାକରୁ ସୁନା ଅଳଙ୍କାର ଛଡ଼ାଇ ନେବା ସହ ଘରୁ ନଗଦ ୮ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ୍ ଲୁଟ କରିଥିଲେ । ମନୁ ଯାନିଙ୍କୁ ଭୟଭୀତ କରି ପଡ଼ୋଶୀ ତିଲି ସାନ୍ତା (୩୪)ଙ୍କ ପରିବାରକୁ ଡକାଇଥିଲେ। ତିଲି ସାନ୍ତା, ତାଙ୍କ ସ୍ତ୍ରୀ ଓ ପିଲାମାନେ ବାହାରକୁ ଆସିବା ପରେ ସେମାନଙ୍କୁ ମଧ୍ୟ ମାଡ଼ ମାରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ତିଲି ସାନ୍ତାଙ୍କ ପରିବାରର ସଦସ୍ୟଙ୍କ କାନ ଓ ନାକରୁ ଅଳଙ୍କାର ଲୁଟ କରିଥିଲେ ।

ଏପରିକି ତାଙ୍କ ଛୋଟ ପିଲାମାନଙ୍କ ବେକରେ ଛୁରି ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ତିଲି ସାନ୍ତାଙ୍କ ଘରୁ ନଗଦ ୫ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ୍ ଲୁଟ୍ କରିଥିଲେ। ଲୁଟେରାମାନେ ନଗଦ ଟଙ୍କା ଓ ଅଳଙ୍କାର ସହ ଫାର୍ମହାଉସରୁ ୪ଟି କୁକୁଡ଼ା, ୨ଟି କୁଡ଼ିକି, ଗୋଟିଏ ଶାବଳ, ଓ ଗୋଟିଏ ଟାଙ୍ଗିଆ ମଧ୍ୟ ନେଇ ପଳାଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ପୋଲିସ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇ ଦୁର୍ବୃତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣାକୁ ନେଇ ମନୁ ଯାନି ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଜୟପୁର ସଦର ଥାନା ପୋଲିସ ୨୬୩ ରେ ମାମଲା ରୁଜୁ କରିଥିବା ବିଷୟ ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande