ବିଜୁଳି ଶାସନ ଗଲାଣି ହୁଗୁଳି ଲାଇଟହାଉସ ଷ୍ଟର୍ଲିଙ୍ଗ ରାସ୍ତାରେ ଦିନରେ ଖୁଂଟରେ ଜଳୁଛି ବିଜୁଳି
ପୁରୀ, ୧୩ ଅଗଷ୍ଟ (ହି.ସ.) - ବିଜୁଳି ବିଭାଗ ସାଧାରଣ ଗ୍ରାହକଙ୍କୁ ଅଧିକ ବିଜୁଳି ଦେୟ ଲଦି ଦେଉଥିବା ବେଳେ ବଡ ବଡ କମ୍ପାନୀ ଓ ପୌରସଂସ୍ଥା କୋଟି କୋଟି ଟଙ୍କାର ବିଜୁଳି ବିଲ ବାକି ରଖୁଛନ୍ତି । ପୁରୀ ସମୁଦ୍ରକୂଳ ରାସ୍ତା ଲାଇଟ ହାଉସ ଠାରୁ ଷ୍ଟର୍ଲିଙ୍ଗ ଛକ ପର୍ଯ୍ୟନ୍ତ ରାତି ତମାମ ଲାଇଟ ଜଳୁଥିବା ବେଳେ
ବିଜୁଳି ଶାସନ ଗଲାଣି ହୁଗୁଳି ଲାଇଟହାଉସ ଷ୍ଟର୍ଲିଙ୍ଗ ରାସ୍ତାରେ ଦିନରେ ଖୁଣ୍ଟରେ ଜଳୁଛି ବିଜୁଳି


ପୁରୀ, ୧୩ ଅଗଷ୍ଟ (ହି.ସ.) - ବିଜୁଳି ବିଭାଗ ସାଧାରଣ ଗ୍ରାହକଙ୍କୁ ଅଧିକ ବିଜୁଳି ଦେୟ ଲଦି ଦେଉଥିବା ବେଳେ ବଡ ବଡ କମ୍ପାନୀ ଓ ପୌରସଂସ୍ଥା କୋଟି କୋଟି ଟଙ୍କାର ବିଜୁଳି ବିଲ ବାକି ରଖୁଛନ୍ତି । ପୁରୀ ସମୁଦ୍ରକୂଳ ରାସ୍ତା ଲାଇଟ ହାଉସ ଠାରୁ ଷ୍ଟର୍ଲିଙ୍ଗ ଛକ ପର୍ଯ୍ୟନ୍ତ ରାତି ତମାମ ଲାଇଟ ଜଳୁଥିବା ବେଳେ ଦିନ ତମାମ ସେହି ଲାଇଟ ଜଳୁଥିବା ଦେଖିବାକୁ ମିଳିଥିଲା । କିଛିଦିନ ତଳେ ଲାଇଟ ଜଳୁନଥିବା ଅଭିଯୋଗ ହେବା ପରେ ଏବେ କଣ ଦିନ ରାତି ଲାଇଟ ଜଳିବ ବୋଲି ଟିପିସିଓଡିଏଲ୍ ନିଷ୍ପତି ନେଇଛି ବୋଲି ଆଲୋଚନା ହେଉଥିଲା । ସମୁଦ୍ରକୂଳ ଆଲୋକୀକରଣ ପାଇଁ ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହି ଲାଇଟ ମିଞ୍ଜି ମିଞ୍ଜି ଜଳୁଥିବାରୁ ବିଚ୍ ରେ ବସୁଥିବା ପର୍ଯ୍ୟଟକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମୁଦ୍ରକୂଳ ବାଡରେ ବସି ବାଲେଶ୍ୱର ଦୁଇଜଣ ପର୍ଯ୍ୟଟକ କଥା ହେଉଥିଲେ ବିଜୁଳି ଶାସନ ଗଲାଣି ହୁଗୁଳି

ଲାଇଟହାଉସ ଷ୍ଟର୍ଲିଙ୍ଗ ରାସ୍ତାରେ ଦିନରେ ଖୁଂଟରେ ଜଳୁଛି ବିଜୁଳି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande