‘ହର ଘର ତ୍ରିରଙ୍ଗା’ ଅଭିଯାନ, ଜୟପୁରରେ ବିଶାଳ ତ୍ରିରଙ୍ଗା ରାଲି
ଜୟପୁର, ୧୩ ଅଗଷ୍ଟ (ହି.ସ.)-ଆସନ୍ତା ସ୍ୱାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ଚାଲିଥିବା ‘ହର ଘର ତ୍ରିରଙ୍ଗା–୨୦୨୬’ ଅଭିଯାନର ଅଂଶସ୍ୱରୂପ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ସକାଳ ୯ଟାରେ ଜୟପୁରରେ ଏକ ବିଶାଳ ଉପଖଣ୍ଡସ୍ତରୀୟ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଛି। ଜୟପୁର ରାଜା ନହର ଠାରୁ ଏ
‘ହର ଘର ତ୍ରିରଙ୍ଗା’ ଅଭିଯାନ ଅବସରରେ ଜୟପୁରରେ ବିଶାଳ ତ୍ରିରଙ୍ଗା ରାଲି  ‘ବନ୍ଦେ ମାତରମ୍’ ଓ ‘ଜୟ ହିନ୍ଦ’ ନାରାରେ ଦୁଲୁକିଲା  ସହର


ଜୟପୁର, ୧୩ ଅଗଷ୍ଟ (ହି.ସ.)-ଆସନ୍ତା ସ୍ୱାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ଚାଲିଥିବା ‘ହର ଘର ତ୍ରିରଙ୍ଗା–୨୦୨୬’ ଅଭିଯାନର ଅଂଶସ୍ୱରୂପ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ସକାଳ ୯ଟାରେ ଜୟପୁରରେ ଏକ ବିଶାଳ ଉପଖଣ୍ଡସ୍ତରୀୟ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଛି। ଜୟପୁର ରାଜା ନହର ଠାରୁ ଏହି ଶୋଭାଯାତ୍ରା ବାହାରି ମୁଖ୍ୟ ରାସ୍ତା ଦେଇ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ରେ ପହଁଚି ଥିଲା l

ଏହି ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛ, ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଜୟପୁର ପୌରପାଳିକା ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ଶ୍ରୀମତୀ ବି. ସୁନିତା, ସୁନାବେଡ଼ା ପୌରପାଳିକା ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୀତ୍ରଙ୍କ ସମେତ ଜୟପୁର ପୌରପାଳିକାର ସମସ୍ତ କାଉନସିଲର ଓ ୱାର୍ଡ ସଦସ୍ୟମାନେ ଯୋଗଦେଇଥିଲେ। ରାଜନଗର ଛକଠାରୁ ଆରମ୍ଭ ହୋଇଥିବା ଏହି ତ୍ରିରଙ୍ଗା ରାଲି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପଡ଼ିଆଠାରେ ଶେଷ ହୋଇଥିଲା। ରାଲି ଆରମ୍ଭ ପୂର୍ବରୁ ସମବେତ ଭାବେ ‘ବନ୍ଦେ ମାତରମ୍’ ଗାନ କରାଯାଇଥିବା ବେଳେ ରାଲି ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ତ୍ରିରଙ୍ଗା ପ୍ରତି ସମ୍ମାନ, ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ପ୍ରଚାର କରିବା ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ରାଲି ସମୟରେ ସମଗ୍ର ଜୟପୁର ସହର ଦେଶଭକ୍ତିମୟ ସ୍ଲୋଗାନ, ‘ବନ୍ଦେ ମାତରମ୍’ ଓ ‘ଜୟ ହିନ୍ଦ’ ଧ୍ୱନିରେ ଗୁଞ୍ଜରିତ ହୋଇଉଠିଥିଲା। ଏହି ରାଲିରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, କୋରାପୁଟ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, ଜୟପୁର ଉପଜିଲ୍ଲାପାଳ ଯଦୁମଣି ନାୟକ, ଜୟପୁର ପିଏଆଇଟିଡିଏ ଶ୍ରୀମତୀ ତୃପ୍ତି ବରାଇ, ଜୟପୁର ତହସିଲଦାର ସବ୍ୟସାଚୀ ଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, ଆସିଷ୍ଟାଣ୍ଟ କଲେକ୍ଟର ଅମୃତ ପାଢ଼ୀ, ଜୟପୁର ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀମତୀ ପୂଜା ରାଉତ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ପ୍ରୀତିସୁଧା ଜେନା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ଏବଂ ସୁଶ୍ରୀ ରାଧା ରାଣୀ ସରକାରଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଓ ଉପଖଣ୍ଡସ୍ତରୀୟ ଅଧିକାରୀ ଯୋଗଦେଇଥିଲେ। ଏହାବ୍ୟତୀତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରମୁଖ ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ଉତ୍ସାହର ସହ ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande