
ଭୁବନେଶ୍ୱର, ୧୩ ଅଗଷ୍ଟ (ହି.ସ)- ସାପ କାମୁଡା ମୃତ୍ୟୁ ମୁକାବିଲା କରିବାରେ ସରକାର ସଫଳ ହୋଇଛନ୍ତି। ବିଶେଷ କରି ଚଳିତ ବନ୍ୟା ସମୟରେ ସାପ କାମୁଡା ମୃତ୍ୟୁକୁ ନେଇ ସଫଳ ମୁକାବିଲା କରାଯାଇଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଚଳିତ ବନ୍ୟାରେ ୯୨ଟି ସାପ କାମୁଡା ଘଟଣା ଘଟିଥିଲେ ମଧ୍ୟ କେହି ମୃତାହାତ ହୋଇ ନାହାନ୍ତି। ବନ୍ୟା ପ୍ରଭାବିତ ଅଂଚଳରେ ଆଂଟି ଭେନମକୁ ମହଜୁଦ ସହ ଡାକ୍ତରଙ୍କୁ ନିୟୋଜନ କରାଯାଇଥିଲା। ସାପ କାମୁଡା, ବଜ୍ରପାତ ଏବଂ ପାଣିରେ ବୁଡି ମୃତ୍ୟୁ ଭଳି ଘଟଣା ବିଭାଗ ପାଇଁ ଚ୍ୟାଲେଞ୍ଜ। ଓଡ଼ିଶା, ଛତିଶଗଡ ଏବଂ ଝାଡ଼ଖଣ୍ଡରେ ପ୍ରାକୃତିକ ସମ୍ପଦ ଥିବାରୁ ବଜ୍ରପାତ ହୋଇଥାଏ। ବଜ୍ରପାତ ଜନିତ କ୍ଷୟକ୍ଷତି ରୋକିବାକୁ ରାଜ୍ୟ ସରକାର ତାଳ ଗଛ ଲଗାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ୩ଟି କାରଣରୁ ହେଉଥିବା ମୃତାହାତ ସଂଖ୍ୟା କମିଛି ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା