ଛାତ୍ର ସଂସଦ ନିର୍ବାଚନ ଦାବିରେ ଏବିଭିପିର ବିକ୍ଷୋଭ
ଜୟପୁର, ୧୪ ଅଗଷ୍ଟ (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବିକ୍ରମଦେବ ବିଶ୍ବବିଦ୍ୟାଳୟ ପକ୍ଷରୁ ସଭାପତି ଜ୍ୟୋତିରଞ୍ଜନ ପାଣିଗ୍ରାହୀଙ୍କ ଆହ୍ବାନ କ୍ରମେ ଛାତ୍ର ମାନଙ୍କୁ ନେଇ କୁଳପତିଙ୍କୁ ଘେରାଉ କରାଯାଇଥିଲା ଓ କୁଳପତିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ଦିଆଯାଇଥ
ଛାତ୍ର ସଂସଦ ନିର୍ବାଚନ ଦାବି ରେ ଏବିଭିପି ର ବିକ୍ଷୋଭ


ଜୟପୁର, ୧୪ ଅଗଷ୍ଟ (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବିକ୍ରମଦେବ ବିଶ୍ବବିଦ୍ୟାଳୟ ପକ୍ଷରୁ ସଭାପତି ଜ୍ୟୋତିରଞ୍ଜନ ପାଣିଗ୍ରାହୀଙ୍କ ଆହ୍ବାନ କ୍ରମେ ଛାତ୍ର ମାନଙ୍କୁ ନେଇ କୁଳପତିଙ୍କୁ ଘେରାଉ କରାଯାଇଥିଲା ଓ କୁଳପତିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ଦିଆଯାଇଥିଲା। ଏଥିରେ ମୁଖ୍ୟ ଦାବି ଥିଲା ଓଡ଼ିଶାର ସମସ୍ତ କଲେଜ କ୍ୟାମ୍ପସରେ ବନ୍ଦ ପଡ଼ିରହିଥିବା ଛାତ୍ର ସଂସଦ ନିର୍ବାଚନ ତାହାର ତାରିଖ ଓ କ୍ୟାଲେଣ୍ଡର ଯଥାଶୀଘ୍ର ଘୋଷଣା ଓ ପରିଚାଳନା ସମିତି ଗଠନ କରାଯାଉ। ନିର୍ବାଚନ ଯାହାକୁ ପୂର୍ବ ସରକାର ୮ ବର୍ଷ ହେଲା ବନ୍ଦ କରି ରଖିଛନ୍ତି ଏହି ସରକାର ମଧ୍ୟ ୨ବର୍ଷ ହେଲା ପ୍ରତିଶ୍ରୁତି ଦେଇ କାର୍ଯ୍ୟକ୍ଷମ କରୁନାହାନ୍ତି ଯାହା ଦ୍ୱାରା କ୍ୟାମ୍ପସରୁ ଛାତ୍ରନେତା ତଥା ନେତୃତ୍ୱବାନ୍ ପିଲା ବାହାରିପାରୁନାହାନ୍ତି ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକର ସମସ୍ୟାର ସମାଧାନ ହୋଇପାରୁନି। ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ମୌଳିକ ସୁବିଧାର ଘୋର ଅଭାବ, ହଷ୍ଟେଲ ସମସ୍ୟା, ଭିତ୍ତିଭୂମି ସମସ୍ୟା ଆଉ ଏବିଭିପି ର ଅନ୍ୟତମ ୨ୟ ଦାବି ଥିଲା ଯେ ଛାତ୍ରୀ ମାନଙ୍କ ହଷ୍ଟେଲ, କ୍ୟାମ୍ପସ ଓ ଗାର୍ଲ୍ସ କମନ୍ ରୁମ୍ ରେ ସାନିଟାରୀ ପ୍ୟାଡ ମେସିନ୍ ଓ ଏୟାରପୋର୍ଟ ପାଖେ ଥିବା ୨ ଛାତ୍ରାବାସ ଯଥାକ୍ରମେ ସହୀଦ ଲକ୍ଷ୍ମଣ ନାୟକ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେଠାରୁ କଲେଜ ର ଦୂରତା ୪ କି.ମି. ଥିବା ଯୋଗୁଁ ବିଦ୍ୟାର୍ଥୀ ମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କ ଯାତାୟତ ପାଇଁ ବସ ର ସୁବିଧା, ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଯଥାଶୀଘ୍ର ନିଯୁକ୍ତି ଦାବି କରାଯାଇଥିଲା ଏବଂ ପରୀକ୍ଷା ର ରେଜଲ୍ଟ ଓ ସାର୍ଟିଫିକେଟ ରେ ଯେଉଁ ବିଳମ୍ୱ ହେଉଛି ତାହାର ତୁରନ୍ତ ସମାଧାନ। ତେଣୁ ଏହାର ସମାଧାନ ପାଇଁ ଛାତ୍ର ପ୍ରତିନିଧି ଆବଶ୍ୟକ ।ବିଦ୍ୟାର୍ଥୀ ପରିଷଦ ମୁଖ୍ୟମନ୍ତ୍ରୀଙ୍କୁ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଚେତାବନୀ ମଧ୍ୟ ଦେଇଛି ଯେ ଆଗାମୀ ଦିନରେ ଯଦି ଛାତ୍ର ସଂସଦ ନିର୍ବାଚନ ନ ହୁଏ ତେବେ ବିଦ୍ୟାର୍ଥୀ ପରିଷଦ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଓ ରାଜରାସ୍ତାକୁ ଓହ୍ଲେଇବାକୁ ପଛହୁଞ୍ଚା ଦେବନି। ଏଥିରେ ଏବିଭିପି କୋରାପୁଟ ବିଭାଗର ବିଭାଗ ସଂଗଠନ ମନ୍ତ୍ରୀ ଦିବ୍ୟଜ୍ୟୋତି ନନ୍ଦ, ଶାଖା ସମ୍ପାଦକ ମୋନୋଜ ସାହୁ, ଉପ ସଭାପତି ଟି. ପ୍ରତୀକ, ସହ ସମ୍ପାଦକ ଦୀପକ ଦୋରା, ଶିବାଶିଷ ତ୍ରିପାଠୀ, ଆଶୁତୋଷ ମହାନ୍ତି, ଆଦି ଦେବ ଦତ୍ତ, ଜଗନ୍ନାଥ ଖରା, ପର୍ଶୁରାମ ଗୋଲାରୀ, ସତ୍ୟଞ୍ଜୟ ବିଷୋୟୀ, ଶୁଭମ୍ ପଟ୍ଟନାୟକ, ଅର୍ପିତ ପଣ୍ଡା, ସ୍ୱୟଂ ସାହୁ, ପ୍ରସନ୍ନ କୁମାର ପାଢ଼ୀ, ଅନିକେତ ସରକାର, ଅମିତ୍ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande