
ଭୁବନେଶ୍ବର , 14 ଅଗଷ୍ଟ (ହି.ସ.) - ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ଶେଷ. ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ତିନୋଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଚାଷୀ ସମସ୍ୟା, ଏମଏମଡିଅାର ସଂଶୋଧନ ବିଲ ଓ ତ୍ରୁଟିପୂର୍ଣ୍ଣ ବହି ପ୍ରିଣ୍ଟିଂଗ ଉପରେ ଆଲୋଚନା ହୋଇଛି ।ଭାଗ ଚାଷୀଙ୍କ ପାଇଁ ସରକାର ଅଜବ ନିୟମ କରିଥିବା ଆସିଛି । ସେମାନଙ୍କୁ ହାତ ଚି଼ହ୍ନ ଓ ଅନ୍ୟ କାମ କରିବାକୁ ପଡ଼ିବ ପଞ୍ଜିକରଣ କରିବାକୁ. ଅଧିକ ପରିମାଣ ଚାଷ ଓ ଉତ୍ପାଦନ ପାଇଁ ସରକାର ଚାହୁଁ ନଥିବା ଅଭିଯୋଗ ହୋଇଛି. ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଚାଷୀ ନ୍ୟାୟ ପାଉଥିଲେ. ହେଲେ ବିଜେପି ସରକାରଙ୍କ ଅବିଚାରକୁ ବିରୋଧ କରିବ ବିଜେଡି. ବିଜେଡି ସରକାର ସମୟରେ ଯେଉଁ ଭାଗ ଚାଷୀ ନିୟମ ଥିଲା, ତାକୁ ପୁଣି କାର୍ଯ୍ୟକାରୀ କରିବାକୁ ବିଜେଡି ଦାବି କରିଛି. ସେହିପରି SHG ମହିଳାଙ୍କୁ ଧାନ କିଣା କ୍ଷମତା ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ହେଲେ ବିଜେପି ସରକାର ଏହାକୁ ବନ୍ଦ କରିଛନ୍ତି. ଏଥିପାଇଁ ସରକାର ମହିଳା ବିରୋଧୀ ବୋଲି କଟାକ୍ଷ କରିଛି ବିଜେଡି. ରବି ଓ ଖରିଫ ପଞ୍ଜିକରଣ ବନ୍ଦ ହେଲାଣି. ସାର ଅଭାବ ବି ଚାଲିଛି. ଚାଷୀ ସମସ୍ୟା ସମାଧାନ ନ ହେଲେ, ବିଜେଡି ରାଜରାସ୍ତାକୁ ଓଲ୍ହାଇବାର ଚେତାବନୀ ଦେଇଛି. ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର. ବିଜେପିର 20 ବିଜେପି ସାଂସଦ ଥିବା ସତ୍ୱେ MMDR ବିଲ କିପରି ପାସ ହେଲା ବୋଲି ପ୍ରଶ୍ନ କରିଛନ୍ତି ବିଜୁ ଜନତା ଦଳ ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ. ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା. ହେଲେ ଏହି ବିଲ ପାସ ହେବାରୁ, ବାର୍ଷିକ ଏକ ଲକ୍ଷ 20 ହଜାର କୋଟି ସହିବ ଓଡ଼ିଶା. ବିଜେଡିର ରାଜ୍ୟସଭା ସାଂସଦ ଏହାକୁ ବିରୋଧ କରିଥିଲେ. ହେଲେ କର୍ଣ୍ଣପଟ କଲେନି କେନ୍ଦ୍ର ସରକାର. ସେପଟେ ବିଜେପି ସାଂସଦ ବି ଚୁପ ରହିଲେ. ଓଡ଼ିଶାର କ୍ଷତି ହୋଇ ଚାଲିଛି. ଏହାର ପ୍ରତିବାଦ ରାଜରାସ୍ତାରେ କରିବ ବିଜେଡି. ଆଜି ପୁଣି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ଯେ ତ୍ରୁଟିପୂର୍ଣ୍ଣ ବହି ପ୍ରକାଶନ ବିରୋଧରେ ଆହୁରି ଶାଣିତ ହେବ ସ୍ୱର. କାରଣ ପୀଢ଼ି ନଷ୍ଟ ହେଲାଣି. ଭୁଲ ପ୍ରିଣ୍ଟିଂଗ ବିରୋଧରେ ଆନ୍ଦୋଳନ ହେବ. ଯେଉଁଠି ଓଡ଼ିଶାର ସ୍ୱାର୍ଥରେ ବାଧା ଆସିବ, ବିଜେଡିକୁ ଆନ୍ଦୋଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା