ବର୍ଷାରେ ବେହାଲ ସ୍ମାର୍ଟ ସିଟି ରାଉରକେଲା ବର୍ଷା ଜଳ ପରିଚାଳନାରେ ବିଜେପି ସରକାର
ସମ୍ପୂର୍ଣ୍ଣ ବିଫଳ: ବିଜେଡି
ଭୁବନେଶ୍ବର , 14 ଅଗଷ୍ଟ (ହି.ସ.) -ରାଉରକେଲା ଭଳି ଏକ ସ୍ମାର୍ଟ ସିଟିରେ ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ଜଳବନ୍ଦୀ ଭଳି ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଜଳ ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଜଳ ପରିଚାଳନାରେ ରାଜ୍ୟ ସରକାରଙ୍କ ଅପାରଗ ପଣିଆ ପାଇଁ ଲୋକେ ହନ୍ତସ
ବର୍ଷାରେ ବେହାଲ ସ୍ମାର୍ଟ ସିଟି ରାଉରକେଲା ବର୍ଷା ଜଳ ପରିଚାଳନାରେ ବିଜେପି ସରକାର
ସମ୍ପୂର୍ଣ୍ଣ ବିଫଳ: ବିଜେଡି


ଭୁବନେଶ୍ବର , 14 ଅଗଷ୍ଟ (ହି.ସ.) -ରାଉରକେଲା ଭଳି ଏକ ସ୍ମାର୍ଟ ସିଟିରେ ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ଜଳବନ୍ଦୀ ଭଳି ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଜଳ ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଜଳ ପରିଚାଳନାରେ ରାଜ୍ୟ ସରକାରଙ୍କ ଅପାରଗ ପଣିଆ ପାଇଁ ଲୋକେ ହନ୍ତସନ୍ତ ହେଉଥିବାରୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ରାଉଲକେଲା ଭଳି ସ୍ମାଟର୍୍ ସିଟିରେ ବର୍ଷା ଯୋଗୁଁ ଲୋକେ ଜଳବନ୍ଦୀ ହୋଇଛନ୍ତି । ରାଉରକେଲା ସ୍ମାର୍ଟ ସିଟିର ଡ୍ରେନେଜ୍ ଓ ସ୍ୱେରେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦିନେ ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ଦୃଢ଼ ମୁକାବିଲା କରି ପ୍ରଶଂସା ସାଉଁଟୁଥିବା ଓଡ଼ିଶା, ବର୍ଷା ଜଳ ପରିଚାଳନାରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ପାଇଁ ଆଜି ଖବରକାଗଜର ଶିରୋନାମା ପାଲଟୁଛି ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ରାଉରକେଲାକୁ ସ୍ମାଟର୍୍ ସିଟି ଭାବେ ଗଢ଼ି ତୋଳିବା ପାଇଁ ପୂର୍ବ ବିଜେଡି ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱରେ ରାଉରକେଲା ଏକ ନୂଆ ରୂପ ପାଇଥିଲା । ଜଳବନ୍ଦୀ ସ୍ଥିତିରେ ରାଉରକେଲା ସହରବାସୀଙ୍କୁ ଖାଦ୍ୟ ଓ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବିଧାୟକ ଶ୍ରୀ ସାରଦା ନାୟକ ଓ ବିଜେଡି କର୍ମକର୍ତ୍ତାମାନେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ଜାରି ରଖିଛନ୍ତି । ଲୋକଙ୍କ ସରକାର ବୋଲାଉଥିବା ବିଜେପି ସରକାର ଏପରି ସ୍ଥିତିକୁ ସାମ୍ନା କରିବା ପରିବର୍ତ୍ତେ ପଛଘୁଞ୍ଚା ଦେଉଛନ୍ତି । ସହର ମଧ୍ୟରୁ ବର୍ଷା ଜଳ ନିଷ୍କାସନ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ, ଯାହା ଫଳରେ ଜଳବନ୍ଦୀ ଭଳି ଗମ୍ଭୀର ସ୍ଥିତି ସୃଷ୍ଟି ହେଲା । ସହରରେ ଆଜି ଯେଉଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ମନୁଷ୍ୟକୃତ ଅଟେ । ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ଦାୟୀ । ରାଉରକେଲା ସହରରେ ଜଳବନ୍ଦୀ ସମସ୍ୟାକୁ ହୃଦୟଙ୍ଗମ କରି ଦାୟିତ୍ୱବାନ ବିରୋଧୀ ଦଳ ହିସାବରେ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଥିଲେ । ଅସୂହ୍ୟ ମନୋଭାବ ପୋଷଣ କରି ବିରୋଧୀ ଦଳ ନେତାଙ୍କ ଟ୍ୱିଟ୍କୁ ନେଇ ବିଜେପି ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରତିକ୍ରିୟା ଦେବା ଦୁର୍ଭାଗ୍ୟଜନକ । ନିଜ ଦୋଷକୁ ସ୍ୱୀକାର ନକରି ବିଜେପି କଟୁ ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ । ଯେତେବେଳେ ରାଜ୍ୟବାସୀ ବନ୍ୟାରେ ହନ୍ତସନ୍ତ ହେଉଥିଲେ, ସେତେବେଳେ ବିଜେପିର ଶୀର୍ଷ ନେତୃତ୍ୱ ଦିଲ୍ଲୀରେ ଭୋଜି କରୁଥିଲେ, ବିଜେପି ଏହାକୁ ଭୁଲିଯିବା ଉଚିତ୍ ନୁହେଁ । ରାଜ୍ୟ ସରକାରଙ୍କ ଜଳ ପରିଚାଳନାଗତ ତ୍ରୁଟି ଯୋଗୁଁ ପ୍ରଭାବିତ ଅଞ୍ଚଳରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ରାଉରକେଲା ପରି ସ୍ମାର୍ଟ ସିଟିରେ ଲୋକେ ଏପର୍ଯ୍ୟନ୍ତ ଜଳବନ୍ଦୀ ହୋଇ ରହିଛନ୍ତି । ଜଳ ପରିଚାଳନା ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରନ୍ତୁ ଓ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ସହାୟତା ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande