ଭୁବନରେ ତ୍ରିରଙ୍ଗା ଶୋଭାଯାତ୍ରା ରେ ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନ, ୧୪ ଅଗଷ୍ଟ (ହି.ସ.) - ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନିଳକଣ୍ଠପୁରସ୍ଥ ସହିଦ୍ ବାଜି ରାଉତଙ୍କ ଜନ୍ମ ପୀଠରେ ଭାରତୀୟ ଜନତା ପାର୍ଟି ଭୁବନ ନଗର ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନଗର ମଣ୍ଡଳ ସଭାପତି ଅଜିତ୍ କୁମାର ବିହାରୀ ଙ୍କ ଅଧ୍ୟକ୍ଷତା ଓ କାମାକ୍ଷାନଗ
ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ


ତ୍ରିରଙ୍ଗା ଯାତ୍ରା


ତ୍ରିରଙ୍ଗା ଶୋଭାଯାତ୍ରା


ଭୁବନ, ୧୪ ଅଗଷ୍ଟ (ହି.ସ.) - ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନିଳକଣ୍ଠପୁରସ୍ଥ ସହିଦ୍ ବାଜି ରାଉତଙ୍କ ଜନ୍ମ ପୀଠରେ ଭାରତୀୟ ଜନତା ପାର୍ଟି ଭୁବନ ନଗର ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନଗର ମଣ୍ଡଳ ସଭାପତି ଅଜିତ୍ କୁମାର ବିହାରୀ ଙ୍କ ଅଧ୍ୟକ୍ଷତା ଓ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଙ୍କ ତତ୍ୱାବଧାନରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ରେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ୍ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିଶ୍ୱର ସର୍ବ କନିଷ୍ଠ ସହିଦ ବୀର ବାଜି ରାଉତ କେବଳ ଭୁବନ କି ଢେଙ୍କାନାଳର ଗର୍ବ,ଗୌରବ ନୁହନ୍ତି । ସେ ସାରା ଓଡ଼ିଶା ଓ ଭାରତ ବର୍ଷର ଗର୍ବ ଓ ଗୌରବ। ବାଜି ରାଉତ ଙ୍କ ଦେଶପ୍ରେମ, ସାହସ ଓ ବଳିଦାନ ତାଙ୍କୁ ଚିର ଦିନ ପର୍ଯ୍ୟନ୍ତ ଅମର ରଖିବ ବୋଲି ମତବ୍ୟକ୍ତ କରିଥିଲେ। ଦେଶର ଯୁବବର୍ଗଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ସହିତ ଏକତା,ଅଖଣ୍ଡତା,ଜାତୀତାବାଦ୍ ରକ୍ଷା କରିବା ପାଇଁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଢ଼େଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି,ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ,ହିନ୍ଦୋଳ ବିଧୟିକା ସୀମାରାଣୀ ନାୟକ,ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର,ଜିଲ୍ଲା ବିଜେପି ସଭାପତି ରାସ ବିହାରୀ ବେହେରା ଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତା ଯୋଗଦେଇଥିଲେ । ସାଂସଦ ଶ୍ରୀଯୁକ୍ତ ପ୍ରଧାନ ଙ୍କୁ ବାଜି ରାଉତ ସେତୁରୁ ସ୍ୱାଗତ କରି ନିଳକଣ୍ଠପୁର ପର?୍ୟ୍ୟନ୍ତ ଅଣାଯାଇଥିଲା । ପରେ ନିଳକଣ୍ଠପୁର ରୁ ଭୁବନ କୋର୍ଟ ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଓ କୋର୍ଟ ଛକରେ ସ୍ଥାପିତ ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସାରା ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୨ ହଜାର ରୁ ଉର୍ଦ୍ଧ୍ୱ ପୁରୁଷ ମହିଳା ଯୋଗଦେଇଥିଲେ ।ଭୁବନ ଥାନା ଆଇ ଆଇ ସି ରେଣୁବାଳା ସାହୁ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ଙ୍କ ସହଯୋଗରେ ଶାନ୍ତି ରକ୍ଷା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande