ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ରକ୍ତଦାନ ଶିବିର
ବଲାଙ୍ଗିର, ୧୪ ଅଗଷ୍ଟ (ହି.ସ.) - ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆୟୋଜିତ ହୋଇଛି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର । ଏହି ଶିବିରରେ ରକ୍ତଦାନର ଗୁରୁତ୍ୱ ଓ ଆବଶ୍ୟକତା ନେଇ ସଚେତନତା ସୃଷ୍ଟି କରାଯାଇଥିଲା । ଶିବିରରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଂଣ୍ଡେଂଟ
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ରକ୍ତଦାନ ଶିବିର


ବଲାଙ୍ଗିର, ୧୪ ଅଗଷ୍ଟ (ହି.ସ.) - ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆୟୋଜିତ ହୋଇଛି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର । ଏହି ଶିବିରରେ ରକ୍ତଦାନର ଗୁରୁତ୍ୱ ଓ ଆବଶ୍ୟକତା ନେଇ ସଚେତନତା ସୃଷ୍ଟି କରାଯାଇଥିଲା । ଶିବିରରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଂଣ୍ଡେଂଟ ଡାକ୍ତର ବରରୁଚିଙ୍କ ସମେତ ଡାକ୍ତର ପ୍ରିୟଦର୍ଶିନୀ, ସଭାପତି ସୂରଜ ବିଶ୍ୱାଳ ଏବଂ ଏସ୍ଏସ୍ଜି ସେକ୍ରେଟାରୀ ସୁଲଭ ଯାଦବ ଉପସ୍ଥିତ ଥିଲେ । ଏହି ଅବସରରେ ବହୁ ଡାକ୍ତରୀ ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ରକ୍ତଦାନ କରିଥିଲେ । ରକ୍ତଦାନ ମାଧ୍ୟମରେ ଆବଶ୍ୟକ ସମୟରେ ଅନେକ ଜୀବନ ବଂଚାଇହେବ ବୋଲି ଅତିଥିମାନେ କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande