କଳାକାର ଜିତେନଙ୍କ ଅକାଳ ବିୟୋଗରେ ଶୋକ ସଭା
ମାଲକାନଗିରି, ୧୪ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲା ମାଥିଲିସ୍ଥିତ ଶହିଦ ଲକ୍ଷ୍ମଣ ନାୟକ କଳା ପରିଷଦର ବରିଷ୍ଠ କଳାକାର ତଥା ସଦସ୍ୟ ଏବଂ ମୁଦୁଲିପଡ଼ା ଥାନାରେ କାର୍ଯ୍ୟରତ କନେଷ୍ଟବଳ ଜିତେନ କୁମାର ପଣ୍ଡାଙ୍କ ଅକାଳ ବିୟୋଗରେ ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଛି। ମାଥିଲି ଶିକ୍ଷକ ଭବନରେ କଳା ପରିଷଦର
କଳାକାର ଜିତେନଙ୍କ ଅକାଳ ବିୟୋଗରେ ଶୋକ ସଭା


ମାଲକାନଗିରି, ୧୪ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲା ମାଥିଲିସ୍ଥିତ ଶହିଦ ଲକ୍ଷ୍ମଣ ନାୟକ କଳା ପରିଷଦର ବରିଷ୍ଠ କଳାକାର ତଥା ସଦସ୍ୟ ଏବଂ ମୁଦୁଲିପଡ଼ା ଥାନାରେ କାର୍ଯ୍ୟରତ କନେଷ୍ଟବଳ ଜିତେନ କୁମାର ପଣ୍ଡାଙ୍କ ଅକାଳ ବିୟୋଗରେ ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଛି। ମାଥିଲି ଶିକ୍ଷକ ଭବନରେ କଳା ପରିଷଦର ସଭାପତି ବସନ୍ତ ସଗରିଆଙ୍କ ସଭାପତିତ୍ୱରେ ଏହି ଶୋକସଭା ଆୟୋଜିତ ହୋଇଥିଲା। ଶୋକସଭାରେ ଉପସ୍ଥିତ କଳା ପରିଷଦର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟସଦସ୍ୟା ସ୍ୱର୍ଗତ ଜିତେନ ପଣ୍ଡାଙ୍କ କଳା, ଅଭିନୟ ଏବଂ ତାଙ୍କର ଲୁକ୍କାୟିତ ପ୍ରତିଭାକୁ ସ୍ମରଣ କରିଥିଲେ। ତାଙ୍କର ଉଚ୍ଚକୋଟୀର ଅଭିନୟ ଦୀର୍ଘଦିନ ଧରି ଦର୍ଶକଙ୍କ ମନ ଜିଣିଥିଲା। ମାଥିଲି ଶହିଦ ଲକ୍ଷ୍ମଣ ନାୟକ କଳା ପରିଷଦ ସହିତ ସେ ଦୀର୍ଘଦିନ ଧରି ଜଡ଼ିତ ରହି ବିଭିନ୍ନ ମଞ୍ଚରେ ନିଜର ଅଭିନୟ ପ୍ରତିଭାର ପରିଚୟ ଦେଇଥିଲେ। ଏପରିକି ସୁଦୂର ଗଞ୍ଜାମ ଜିଲ୍ଲାରେ ମଧ୍ୟ ତାଙ୍କ ଅଭିନୟର ବେଶ ଖ୍ୟାତି ରହିଥିଲା।

ପ୍ରାୟ ତିନି ମାସ ପୂର୍ବରୁ ଅସୁସ୍ଥ ହେବା ପରେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ହଠାତ୍ ତାଙ୍କ ବିୟୋଗର ଖବର ପାଇ କଳା ପରିଷଦର ସମସ୍ତ ସଦସ୍ୟ, ସହକର୍ମୀ ଓ ଶୁଭେଚ୍ଛୁମାନେ ଗଭୀର ଭାବେ ମର୍ମାହତ ହୋଇପଡ଼ିଛନ୍ତି।

ଶୋକସଭାରେ ସ୍ୱର୍ଗତ ଜିତେନ ପଣ୍ଡାଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ କ୍ୟାଣ୍ଡେଲ ଜାଳି ତାଙ୍କ ଆତ୍ମାର ଶାନ୍ତି କାମନା କରାଯାଇଥିଲା।

ଏହି ଶୋକସଭାରେ ମାଥିଲି ସମିତିସଭ୍ୟ ବାଲରାଜୁ କପେ, କଳା ପରିଷଦର ନିର୍ଦ୍ଦେଶକ ଦିଲୀପ କୁମାର ରାଉତ, ବରିଷ୍ଠ ଉପଦେଷ୍ଟା ପ୍ରତାପ ମହାନ୍ତି, କୋଷାଧ୍ୟକ୍ଷ ଚିନ୍ତାମଣି ବିଶୋୟୀ, ସୁପ୍ରଭା ପାଢୀ, ଗୁପ୍ତପ୍ରସାଦ ସ୍ୱାଇଁ, ସୁରଞ୍ଜନ ଓଝା, ମୋହନ ଓଝା, ନାରାୟଣ ଚୌଧୁରୀ, ସୁନିଲ ଦାସ, ସଞ୍ଜୟ କୁମାର ରାୟସିଂ, ରୋହିତ ବେହେରା, କେ. ସୁଧାକର ରାଓ, କାଳନ୍ଦୀ ଓଝା, ଦୁର୍ଗା ପ୍ରସାଦ ଦାସ, ସୁଶାନ୍ତ ବାରିକ, ଯୁଧିଷ୍ଠିର ସେଠୀ, ମନୋଜ କୁମାରଙ୍କ ସମେତ କଳା ପରିଷଦର ସମସ୍ତ ସଦସ୍ୟସଦସ୍ୟା ଉପସ୍ଥିତ ରହି ସ୍ୱର୍ଗତ ଜିତେନ ପଣ୍ଡାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande