
କେନ୍ଦୁଝର, ୧୪ ଅଗଷ୍ଟ (ହି.ସ.) ଆଜି କେନ୍ଦୁଝର ଜିଲ୍ଲା କଂଗ୍ରେସ ତରଫରୁ ହଳଦ୍ୱାନୀ ଠାରେ କଂଗ୍ରେସ ସମାବେଶ ସ୍ଥଳରେ ହିନ୍ଦୁ ଦକ୍ଷିଣ ପନ୍ଥୀ ସଂଗଠନ ଗୁଡ଼ିକ ଗଙ୍ଗାଜଳ ସିଂଚନ କରି ଏକ ତଥାକଥିତ ଶୁଦ୍ଧିକରଣ ରୀତିନୀତି କରିଥିଲେ,ଆଶ୍ଚର୍ଯ୍ୟର କଥା ହେଉଛି ମଂଚରେ ମାନ୍ୟବର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତ ଯୋଗୁଁ ସେହି ସ୍ଥାନଟି ଅପବିତ୍ର'ହୋଇ ଯାଇଛି ଏବଂ ଏଥିପାଇଁ ଏହାର ଶୁଦ୍ଧିକରଣ ବୋଲି ଦର୍ଶାଇ ଏହି କାର୍ଯ୍ୟ କରାଯାଇଥିଲା, ଏହା ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ ବିଜେପି ଦ୍ୱାରା ପ୍ରୋତ୍ସାହିତ ସଂକୀର୍ଣ୍ଣ ଓ ପାତରଅନ୍ତର ମନୋଭାବର ଏକ ସ୍ପଷ୍ଟ ପ୍ରତିଫଳିତ ଏବଂ ଏହା ସେମାନଙ୍କ ନେତୃତ ଦ୍ୱାରା କ୍ରମାଗତ ଭାବରେ ଆପଣାଯାଉଥିବା ପଛୁଆ ତଥା ବିଭାଜନକରୀ ଅଭିମୁଖ୍ୟକୁ ସର୍ବସମ୍ମୁଖରେ ପ୍ରକାଶ କରୁଛି । ଏହି ଅପମାନଜନକ ଓ ପଛୁଆ କାର୍ଯ୍ୟ କେବଳ ମାନ୍ୟବର କଂଗ୍ରେସ ସଭାପତିଙ୍କ ପ୍ରତି ଅପମାନ ନୁହେଁ ବରଂ ଏହା କୋଟି କୋଟି ଭାରତୀୟଙ୍କ ସମ୍ମାନ ଏବଂ ସମାନତା ଭାତୃଭାବ, ସାମାଜିକ ନ୍ୟାୟ ଓ ମାନବିକ ମର୍ଯ୍ୟାଦା ଭଳି ସମ୍ଭିଧାନିକ ମୂଲ୍ୟବୋଧ ପ୍ରତି ଏକ ଆଘାତ କ୍ଷ ଭାରତର ସମ୍ବିଧାନ ଦ୍ୱାରା ପରିଚାଳିତ ଏକ ଗଣତାନ୍ତ୍ରିକ ସମାଜର ଏଭଳି ପାନ୍ତରଅନ୍ତର ନୀତି ଏବଂ ମନୋଭାବ କୌଣସି ସ୍ଥାନ ନାହିଁ ଏହି ନିନ୍ଦନୀୟ ଘଟଣା ବିରୋଧରେ ପିସିସି ସଭାପତି ଭକ୍ତ ଚରଣ ଦାସ ନିର୍ଦେଶ କ୍ରମେ ଓ ଜିଲ୍ଲା ସଭାପତି ମନୋଜ କୁମାର ଜେନା ଙ୍କ ନେତୃତ୍ୱରେ ପଦଯାତ୍ରା ଓ ସତ୍ୟାଗ୍ରହ ଆୟୋଜନ କରି ଏକ ଶୋଭାଯାତ୍ର କଂଗ୍ରେସ ଭବନ ଠାରୁ ବାହାରି ଜିଲ୍ଲପାଳ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀ, ଡ. ଭୀମାରାଓ ଆମ୍ବେଦକର ଓ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟ ଦେଇ ଥିଲେ । ଏଥିରେ ଜିଲ୍ଲା ସଭାପତି ମନୋଜ କୁମାର ଜେନା,ପିସିସି ସାଧାରଣ ସମ୍ପାଦକ ସୁବର୍ଣ୍ଣ ନାୟକ,ପୂର୍ବତନ ପିସିସି ସାଧାରଣ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ,ପୂର୍ବତନ ଜିଲ୍ଲା ସଭାପତି ମୋହନ ପରିଡା, ପୂର୍ବତନ ସାଂସଦ ପାର୍ଥୀ ବିନୋଦ ନାୟକ, ମୁଖ୍ୟପାତ୍ର ଦିପକ ରାଜ, ଯୁବ ସଭାପତି ସୁନେଶ ଧୀର, ଡିସିସି ଉପସଭାପତି ଲଳିତ ମୋହନ ନାୟକ, ଡିସିସି ସାଧାରଣ ସମ୍ପାଦକ ସୁଢଳ କୁମାର ସେଠୀ, ସବିତା ସାହୁ, ଅହିତ୍ୟ ଦିବ୍ୟ ସିଂହ,ରଶ୍ମି ରଞ୍ଜନ ଜେନା, ଲୋକନାଥ ଟୁଡୁ, ପୂର୍ଣ୍ଣ ଚନ୍ଦ୍ର ଦାସ, ଖିରୋଦ ପାତ୍ର,ଭାରତ ପାତ୍ର ଉପସ୍ଥିତ ଥିଲେ, ସର୍ବଶେଷରେ କଂଗ୍ରେସର ଇଶ୍ୱର ଚନ୍ଦ୍ର ଦାସ ପାଟଣା, ରମୁ ଚକ୍ର ଘସିପୁରା, ମଗନ କୁମାର ମଲିକଙ୍କ ଅକାଳ ମୃତ୍ୟୁ ରେ ଗଭୀର ଶୋକପ୍ରକାଶ କରି ସଭାପତି ଙ୍କ ଆହ୍ୱାନ କ୍ରମେ ଶୋକସଭା କରାଯାଇଥିଲା ।
----------------
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA