ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଡେରାବିଶରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
କେନ୍ଦ୍ରାପଡ଼ା , 14 ଅଗଷ୍ଟ (ହି.ସ.) ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ଦେଶପ୍ରେମର ଗୌରବମୟ କାର୍ୟ୍ୟକ୍ରମ ହର୍ ଘର୍ ତ୍ରିରଙ୍ଗା ଅଭିଯାନ’ କୁ ସଫଳ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ ଡେରାବିଶଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠ
ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଡେରାବିଶରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା


କେନ୍ଦ୍ରାପଡ଼ା , 14 ଅଗଷ୍ଟ (ହି.ସ.) ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ଦେଶପ୍ରେମର ଗୌରବମୟ କାର୍ୟ୍ୟକ୍ରମ ହର୍ ଘର୍ ତ୍ରିରଙ୍ଗା ଅଭିଯାନ’ କୁ ସଫଳ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ ଡେରାବିଶଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।ପଟକୁରା ନିର୍ବାଚନମଣ୍ଡଳୀ ଅଧୀନ ଡେରାବିଶ ବ୍ଲକର ବିଭିନ୍ନ ଅଞ୍ଚଳରୁ ବିଜେପି ନେତା, କର୍ମୀ ଓ ସାଧାରଣ ଜନତା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଜେପି ଵିକ୍ରମ କେଶରୀ ରାଉତ ରାୟ, ଵିଜେପି ନେତା ଉମାକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ହାତରେ ତ୍ରିରଙ୍ଗା ଧରି ଦେଶପ୍ରେମର ସ୍ଲୋଗାନ ଦେଇ ଶତାଧିକ ଲୋକ ପଦଯାତ୍ରା କରିଥିଲେ।ବ୍ଲକ ଓ ପଞ୍ଚାୟତ ସ୍ତରୀୟ ବିଜେପି ନେତା ଓ କର୍ମୀଙ୍କ ସମେତ ସାଧାରଣ ଲୋକଙ୍କ ଉପସ୍ଥିତିରେ ଡେରାବିଶ ଅଞ୍ଚଳରେ ଦେଶପ୍ରେମର ମାହୋଲ ସୃଷ୍ଟି ହୋଇଥିଲା। ଦେଶର ଏକତା, ଅଖଣ୍ଡତା ଓ ଜାତୀୟ ପତାକା ପ୍ରତି ସମ୍ମାନର ବାର୍ତ୍ତା ଦେଇ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନକୁ ଘରେ ଘରେ ପହଞ୍ଚାଇବା ପାଇଁ ଆହ୍ୱାନ ଦିଆଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande