
କେନ୍ଦୁଝର, ୧୪ ଅଗଷ୍ଟ (ହି.ସ.) - କେନ୍ଦୁଝର ରେ ବର୍ଷା ଦାଉରୁ ନିଜ ଫସଲକୁ ରକ୍ଷା କରିବା ପରେ ଏବେ ଚିନ୍ତା ହାତୀ ଦାଉରୁ କିପରି ନିଜ ଫସଲକୁ ସୁରକ୍ଷା ଦେବେ ଚାଷୀ। ଏହିପରି ଘଟଣା ଘଟିଛି ପାଟଣାରେଞ୍ଜ ମଙ୍ଗଳପୁର ଗାଁ ରେ । ଯେଉଁଠାରେ ଦିର୍ଘ ୧୫ ଦିନ ହେବ ୨୬ ଟିକିଆ ହାତୀ ପଲ ତିନୋଟି ଦଳରେ ଗାଁ ଚାରିପଟ ଘୁରି ବୁଲୁଛନ୍ତି । କାହାର ଧାନ ବିଲବାଡ଼ି ଖାଇବା ସହ ମାଡି ନଷ୍ଟ କରିଦେଲେଣି ତ କାହାର ବୋଇତାଳୁ ବାଡ଼ିରେ ହାତୀ ପଶି ନଷ୍ଟ କଲେଣି । ଧାର କରଜ କରି ଚାଷ କରିଥିବା ଚାଷୀଟି କିପରି ରୁଣ ସୁଝିବ ତାକୁ ନେଇ ଚିନ୍ତାରେ । ଏପଟେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ, ହାତୀ ଉପଦ୍ରବ ରେ ଅତିଷ୍ଠ ହୋଇ ଶେଷରେ ରାଜରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଏହି ପରି ଘଟଣା ଦେଖିବାକୁ ମିଳିଛି ପାଟଣା ବ୍ଲକ ମଙ୍ଗଳ ପୁର ଗାଁ ରେ। ଗାଁ ଦେଇ ଯାଇଥିବା ଏନ ଏଚ ୨୨୦ କୁ ଅବରୋଧ କରି ବସିଛନ୍ତି ଗ୍ରାମବାସୀ, ଫଳରେ ଶହ ଶହ ଯାନବାହନ ଦୁଇ ପଟରେ ଠିଆ ହୋଇ ରହିଛନ୍ତି । ଏମାନଙ୍କର କହିବା କଥା ୧୫ ଦିନ ହେବ ପାଟଣା ରେଞ୍ଜ ର ମଙ୍ଗଳ ପୁର ସମେତ ଅନେଜ ଗାଁ ରେ ଗତ ୧୫ ଦିନ ହେବ ହାତୀ ଉପଦ୍ରବ ଜାରି ରହିଛି, ଯେଉଁ ଥିରେ ହାତୀ ମାନେ ୭୦ ରୁ ଉର୍ଦ୍ଧ ଘର ଭାଙ୍ଗିବା ସହ ଶହ ଶହ ଏକର ଧାନ ଓ ପନି ପରିବା ଫଲଲ ନଷ୍ଟ କରିଛନ୍ତି । ଏପରିକି ବହୁ ଲୋକ ହାତୀ ମୁହଁରୁ ଅଳ୍ପେକ ବର୍ତୀ ଯାଇଛନ୍ତି । ଯେଉଁ ମାନଙ୍କର ଘର ଭାଙ୍ଗିଛି ସେମାନେ ଏବେ ଅନ୍ୟ ବାରଣ୍ଡାରେ ଆଶ୍ରୟ ନେଉଛନ୍ତି, ବର୍ଷା ଦିନରେ ସେମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏଣୁ କ୍ଷୟକ୍ଷତି ର ଉଚିତ କ୍ଷତିପୂରଣ ତଥା ହାତୀ ଙ୍କୁ ଅନ୍ୟତ୍ର ଘଉଡେଇବା ଦାବିରେ ଗ୍ରାମବାସୀ ମାନେ ମଙ୍ଗଳପୁର ଛକ ରେ ବସି ଏନ ଏଚ ୨୨୦ କୁ ଅବରୋଧ କରିଛନ୍ତି, ଘଟଣା ସ୍ଥଳରେ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA