ଅବକାରୀ ଚଢ଼ାଉ : ଦୁଇ ଦିନରେ ୨୦ ଗିରଫ, ୨୩ ମାମଲା ରୁଜୁ, ୪୫୧ ଲିଟର ଦେଶୀ ମଦ ସହ ୫୨୬୮ କେଜି ମହୁଲ ପୋଚ ଜବତ
Excise raid in Jharsuguda,20 arrest
Excise raid in Jharsuguda,20 arrest


ଝାରସୁଗୁଡ଼ା, ୧୪ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଧରପଗଡ଼କୁ ଜୋରଦାର କରାଯାଇଛି। ଅଗଷ୍ଟ ୧୩ ଓ ୧୪ ତାରିଖରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ଉ କରାଯାଇ ଅବକାରୀ ଆଇନ ଉଲ୍ଲଂଘନ ଅଭିଯୋଗରେ ୨୦ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୧୪ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା, ଝାରସୁଗୁଡ଼ା, ଲଇକେରା, କୋଲାବିରା ଓ ବେଲପାହାଡ଼ ଅବକାରୀ ଥାନା ଏବଂ ସମ୍ପୃକ୍ତ ରେଞ୍ଜ ପକ୍ଷରୁ ବୁଛାମୁଣ୍ଡା, ତାଲଚନକୀ, ଖଇରଡ଼ିହି, ମୁଣ୍ଡେଲବାହାଲ, ଦେହେରିଢିପା, କଣ୍ଢେଇକେଲା, ଶାଳେଟିକ୍ରା, ଡୁମେରଡ଼ିହି, କୁମ୍ଭାରୀ, ଅମ୍ବାପାଲି, ବାଙ୍କୀ, ଖେରିଆକନି, ମାଳିବେଉଁରା, ବଡ଼ମାଳ, ମରାକୁଟା, ବର୍ହାମୁଣ୍ଡା, ଛେଲକୁଟି ଓ ମଧୁପୁର ଆଦି ଅଞ୍ଚଳରେ ଚଢ଼ଉ କରାଯାଇଥିଲା।

ଏହି ଚଢ଼ଉ ସମୟରେ ମୋଟ ୨୩ଟି ଅବକାରୀ ମାମଲା ରୁଜୁ ହୋଇଛି। ଅଭିଯାନରେ ୪୫୧ ଲିଟର ଦେଶୀ ମଦ, ୫୯ ଲିଟର ବାହାର ଭାଟି ମଦ, ୨୧.୪୫ ଲିଟର ବିଅର ଏବଂ ୫୨୬୮ କେଜି ମହୁଲ ପୋଚ ଜବତ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ଧରପଗଡ଼ ଅଭିଯାନକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଜଣାପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande