ସଖୀ ୱାନ୍ ଷ୍ଟପ୍ ସେଂଟରର କର୍ମଚାରୀମାନେ ମିଳିତ ଭାବରେ ହର ଘର ତିରଙ୍ଗା' ଅଭିଯାନ ପରିଚାଳନା
କେନ୍ଦୁଝର, ୧୪ ଅଗଷ୍ଟ (ହି.ସ.) କେନ୍ଦୁଝରର ସଖୀ ୱାନ୍ ଷ୍ଟପ୍ ସେଂଟରର କର୍ମଚାରୀମାନେ ମିଳିତ ଭାବରେ ହର ଘର ତିରଙ୍ଗା'' ଅଭିଯାନ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସମାନେ, ସ୍ଥାନୀୟ ମହିଳାମାନେ ଏବଂ ସଖୀ ୱାନ୍ ଷ୍ଟପ୍ ସେଂଟରର କର୍ମଚାରୀମାନେ ଯୋଗଦେଇଥିଲେ, ଯ
Sakhi one


କେନ୍ଦୁଝର, ୧୪ ଅଗଷ୍ଟ (ହି.ସ.) କେନ୍ଦୁଝରର ସଖୀ ୱାନ୍ ଷ୍ଟପ୍ ସେଂଟରର କର୍ମଚାରୀମାନେ ମିଳିତ ଭାବରେ ହର ଘର ତିରଙ୍ଗା' ଅଭିଯାନ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସମାନେ, ସ୍ଥାନୀୟ ମହିଳାମାନେ ଏବଂ ସଖୀ ୱାନ୍ ଷ୍ଟପ୍ ସେଂଟରର କର୍ମଚାରୀମାନେ ଯୋଗଦେଇଥିଲେ, ଯେଉଁଥିରେ ମୋଟ ୨୫ ଜଣ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ।

କେନ୍ଦ୍ର ପରିଚାଳିକା ସୁଜାତା ପାଢ଼ୀଙ୍କ ନେତୃତ୍ୱରେ ଅଭିଯାନ ଶୋଭାଯାତ୍ରା କେନ୍ଦୁଝରର ସଖୀ ୱାନ୍ ଷ୍ଟପ୍ ସେଂଟରଠାରୁ ଆରମ୍ଭ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଆଡକୁ ଅଗ୍ରସର ହୋଇଥିଲା।

ଏହି ଅଭିଯାନଟି ସଫଳତାର ସହ ପରିଚାଳିତ ହୋଇଥିଲା ଏବଂ ସମସ୍ତ ଅଂଶଗ୍ରହଣକାରୀ ଦେଶପ୍ରେମର ଭାବନା ଏବଂ ହର ଘର ତିରଙ୍ଗା' ଅଭିଯାନର ମୂଳବାର୍ତାକୁ ପ୍ରଚାର କରିବା ପାଇଁ କାର୍ଯ୍ୟକ୍ରମଗୁଡ଼ିକରେ ସକ୍ରିୟ ଓ ଉତ୍ସାହଜନକ ଭାବରେ ଅଂଶଗ୍ରହଣ କରିଥିଲେ।

-------------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande