ଲଗାଣ ବର୍ଷା ଯୋଗୁଁ ତେଲକୋଇ ର ସ୍ଥିତି ବେହାଲ. ବିଭିନ୍ନ ନାଳ ରେ ବର୍ଷା ଜଳ ପ୍ରବାହିତ, ଯାତାୟତ ଠପ୍
କେନ୍ଦୁଝର, ୧୪ ଅଗଷ୍ଟ (ହି.ସ.) ଲଗାଣ ବର୍ଷା ଯୋଗୁଁ ତେଲକୋଇ ର ସ୍ଥିତି ବେହାଲ ହୋଇପଡିଛି। ବିଭିନ୍ନ ପାହାଡ଼ିଆ ନାଳର ପୋଲ ଉପରେ ବର୍ଷା ଜଳ ପ୍ରବାହିତ ଯୋଗୁଁ ବସ ଚଳାଚଳ ସହିତ ଯାତାୟତ ଠପ୍ ହୋଇଯାଇଛି। ଲୋକେ ନାହଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟୀ ନୂଆଗଡ ଟେନାର ନାଳ ଉପରେ ୬ ଫ
ଲଗାଣ ବର୍ଷା ଯୋଗୁଁ ତେଲକୋଇ ର ସ୍ଥିତି ବେହାଲ. ବିଭିନ୍ନ ନାଳ ରେ ବର୍ଷା ଜଳ ପ୍ରବାହିତ, ଯାତାୟତ ଠପ୍


କେନ୍ଦୁଝର, ୧୪ ଅଗଷ୍ଟ (ହି.ସ.) ଲଗାଣ ବର୍ଷା ଯୋଗୁଁ ତେଲକୋଇ ର ସ୍ଥିତି ବେହାଲ ହୋଇପଡିଛି। ବିଭିନ୍ନ ପାହାଡ଼ିଆ ନାଳର ପୋଲ ଉପରେ ବର୍ଷା ଜଳ ପ୍ରବାହିତ ଯୋଗୁଁ ବସ ଚଳାଚଳ ସହିତ ଯାତାୟତ ଠପ୍ ହୋଇଯାଇଛି। ଲୋକେ ନାହଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟୀ ନୂଆଗଡ ଟେନାର ନାଳ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବା ରୁ ଦେଉଳଡିହା, କରଦାଙ୍ଗି, ଭିମକାଣ୍ଡ ପ୍ରଭୃତି ତିନୋଟି ପଂଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ସେପଟେ ତେଲକୋଇ-ଜଗମୋହନପୁର ରାସ୍ତା ର ହନୁମନ୍ତିଆ ନାଳ ରେ ତିନି ଫୁଟ ର ବନ୍ୟା ଜଳ ପ୍ରବାହିତ ହେଉଥିବା ରୁ ପାଂଚ ପଂଚାୟତ ତେଲକୋଇ ମୂଖ୍ୟାଳୟରୁ ବିଛିନ୍ନ ହୋଇପଡ଼ିଛି। ସେହିପରି ଦେବଗଡ଼, ସମ୍ବଲପୁର , ପାଲଲହଡ଼ା, ରାଉରକେଲା ଆଦି ସ୍ଥାନକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି।ଅନ୍ୟପକ୍ଷରେ ପିଟାନାଳି -ସାପଲାଞ୍ଜି ରାସ୍ତା ର ଜରଡା ନାଳ ପୋଲ ଉପରେ ତିନି ଫୁଟ ର ବନ୍ୟାଜଳ ପ୍ରଭାବିତ ହେଉଥିବାରୁ ଆର୍ଦଶବିଦ୍ୟାଳୟ କୁ ଯାତାୟାତ ଠପ୍ ହୋଇପଡିଛି। ଚାରି ଆଡ଼େ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି।

----------------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande