
ଗଂଜାମ, 14 ଅଗଷ୍ଟ (ହି.ସ.) ଦେଶର ୮୦ ତମ ସ୍ବାଧୀନତା ଉତ୍ସବ ପାଳନ ଅବସରରେ ଅଗଷ୍ଟ ୧ ରୁ ୧୫ ଅଗଷ୍ଟ ଯାଏଁ ପାଳିତ ହେଉଥିବା ଜାତୀୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନ୍ତର୍ଗତ ଆମ ସଂହତି , ଦେଶାତ୍ମବୋଧ ଏବଂ ଆମ ଏକତା ସମ୍ପର୍କିତ କର୍ମଶାଳା ବ୍ରହ୍ମପୁର ମହାନଗର ନିଗମ ପରିସରସ୍ଥ ହିଲ୍ ପାଟଣା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁସ୍ମିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଜାତୀୟ ସଂହତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀ ହାଡ଼ିବନ୍ଧୁ ମାଳି, ମୁଖ୍ୟ ବକ୍ତା ଭାବେ ଉତ୍କଳ ସମ୍ମିଳନୀର ଗଞ୍ଜାମ ଜିଲ୍ଲା ସମ୍ପାଦକ ତଥା ସାହିତ୍ୟିକ ଦିନବନ୍ଧୁ ଶ୍ରୀପଲ୍ଲବ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ଶିକ୍ଷୟିତ୍ରୀ ଶ୍ରୀମତୀ ଗାୟତ୍ରୀ ପାଣିଗ୍ରାହୀ ଏବଂ କାର୍ଯ୍ୟକ୍ରମ ସଂଯୋଜିକା ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇ ଜାତୀୟ ସଂହତି କର୍ମଶାଳା କୁ ଭଗବତୀ ଭାରତୀ ସରସ୍ଵତୀ ଙ୍କ ଫୋଟୋ ଚିତ୍ର ମାଲ୍ୟାର୍ପଣ କରି ଏବଂ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରାଯାଇଥିଲା।
ଏହି ଅବସରରେ ପ୍ରାରମ୍ଭରେ ବନ୍ଦେ ମାତରଂ ସଂଗୀତ ଗାନ କରାଯାଇଥିଲା। ଇଂରାଜୀ ଶାସନ ସମୟରେ ଆମ ଦେଶର ସ୍ବାଧିନତା ସଂଗ୍ରାମୀ ମାନଙ୍କ ବହୁ ନିର୍ଯାତନା, ପ୍ରାଣତ୍ୟାଗ ଅବଦାନ ଯୋଗୁଁ ଆମେ ୧୯୪୭ ଅଗଷ୍ଟ ୧୫ ରେ ସ୍ବାଧୀନତା ପ୍ରାପ୍ତ ହେଲା। ଏହାକୁ ସ୍ମରଣ କରି ଆମ ସଂସ୍କୃତି ଏବଂ ଏକତା ବଜାୟ ରଖିବାକୁ ଏଠାରେ ଆଲୋଚନା କରାଯାଇ ଛାତ୍ରମାନଙ୍କୁ ଉଦବୋଧନ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ରଥ, ପ୍ରତିମା ପାଣିଗ୍ରାହୀ, ସଂଯୁକ୍ତା ସାମନ୍ତରାୟ, ମମତା ପାଣିଗ୍ରାହୀ,କିର୍ତ୍ତିଶ୍ରୀ ଦାଶ,ଗୌରୀ ରାଣୀ ଚୌଧୁରୀ, ମନବିନ ଜେନା, ପ୍ରମୁଖ ଶିକ୍ଷୟିତ୍ରୀ ମାନେ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ରିୟଦର୍ଶିନୀ , ଦୀପଶିଖା,ସନ୍ଦିପ , ମଧୁସ୍ମିତା, ରିୟା, ନାରାୟଣ, ଏବଂ ନାରାୟଣ ପ୍ରମୁଖ ଆମ ସଂହତି ଓ ଏକତା ସମ୍ପର୍କରେ ନିଜ ନିଜ ର ପ୍ରବନ୍ଧ ପାଠ କରିବା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ଶତାଧ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ