ମାଲକାନଗିରି ମାଥିଲି ଆଇ.ଟି.ଆଇ.ରେ ଇ-ବାହନ ସେଣ୍ଟର ଅଫ୍ ଏକ୍ସିଲେନ୍ସର ଭିତ୍ତିପ୍ରସ୍ତର ରଖିଲେ ବୈଷୟିକ ଶିକ୍ଷା ମନ୍ତ୍ରୀ
ମାଲକାନଗିରି , ୧୪ ଅଗଷ୍ଟ (ହି. ସ )- ମାଲକାନଗିରି ମାଥିଲି ସରକାରୀ ଆଇ.ଟି.ଆଇ.ରେ ୪.୮ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ହେବାକୁ ଥିବା ‘ଇଲେକ୍ଟ୍ରିକ୍ ଭେହିକିଲ୍ ଟେକ୍ନୋଲୋଜି’ ର ସେଣ୍ଟର ଅଫ୍ ଏକ୍ସିଲେନ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ମାଲକାନଗିରି ମାଥିଲି ଆଇ.ଟି.ଆଇ.ରେ ଇ-ବାହନ ସେଣ୍ଟର ଅଫ୍ ଏକ୍ସିଲେନ୍ସର ଭିତ୍ତିପ୍ରସ୍ତର ରଖିଲେ ମାନ୍ୟବର ମନ୍ତ୍ରୀ


ମାଲକାନଗିରି , ୧୪ ଅଗଷ୍ଟ (ହି. ସ )- ମାଲକାନଗିରି ମାଥିଲି ସରକାରୀ ଆଇ.ଟି.ଆଇ.ରେ ୪.୮ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ହେବାକୁ ଥିବା ‘ଇଲେକ୍ଟ୍ରିକ୍ ଭେହିକିଲ୍ ଟେକ୍ନୋଲୋଜି’ ର ସେଣ୍ଟର ଅଫ୍ ଏକ୍ସିଲେନ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ। ଏହାସହ ଅନୁଷ୍ଠାନର ଶିକ୍ଷାଦାନ ଓ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମାନ୍ୟବର ମନ୍ତ୍ରୀ ସେଠାରେ ଏକ ଇଞ୍ଜିନିୟରିଂ ଡ୍ରଇଂ ଲ୍ୟାବ୍, ଅନଲାଇନ୍ କ୍ଲାସରୁମ୍ ଏବଂ ସମ୍ମିଳନୀ କକ୍ଷର ଉଦ୍ଘାଟନ କରିଛନ୍ତି।

ମାନ୍ୟବର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇ.ଟି.ଆଇ. ମାଥିଲି, ଆଇ.ଟି.ଆଇ. ମାଲକାନଗିରି ଏବଂ ମାଲକାନଗିରି ସରକାରୀ ପଲିଟେକ୍ନିକର କାର୍ଯ୍ୟକଳାପ ଏବଂ ତାଲିମ୍ ସୁବିଧା ନେଇ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ଅନୁଷ୍ଠାନର ଅଧ୍ୟକ୍ଷମାନେ ସେମାନଙ୍କର ଶୈକ୍ଷିକ ଓ ତାଲିମ୍ ସମ୍ବନ୍ଧୀୟ ବିବରଣୀ ଉପସ୍ଥାପନ କରିଥିଲେ। ଏଥିସହ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ଏହାପରେ ମାନ୍ୟବର ମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ଶିଳ୍ପ କାର୍ଯ୍ୟକଳାପ ସଂପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ , ମାଲକାନଗିରି ଦୀପା ଟିମ୍ ଏବଂ ଇଡ୍କୋ ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ ଦକ୍ଷତା ବିକାଶ ଏବଂ ଶିଳ୍ପ ଇକୋସିଷ୍ଟମକୁ ଆହୁରି ସୁଦୃଢ କରିବା ଦିଗରେ କାମ କରିବା ପାଇଁ ମାନ୍ୟବର ମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ।

ମନ୍ତ୍ରୀଙ୍କ ଗସ୍ତ ସମୟରେ ତାଙ୍କ ସହ କୋରାପୁଟ ବିଧାୟକ ରଘୁରାମ ମାଛ ଏବଂ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ପ୍ରମୁଖ ସାମିଲ ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande