ଜୟପୁର ଏସଟିପିଆଇ କେନ୍ଦ୍ରର ପ୍ରଗତି ସମ୍ପର୍କରେ ସମୀକ୍ଷା କଲେ ଆଇଟି ମନ୍ତ୍ରୀ
ଭୁବନେଶ୍ୱର, ୧୪ ଅଗଷ୍ଟ (ହି.ସ) - ରାଜ୍ୟ ସ୍ୱାସ୍ଥ୍ୟ ତଥା ଆଇଟି ମନ୍ତ୍ରୀ ଡ. ମୁୁକେଶ ମହାଲିଙ୍ଗ ଶୁକ୍ରବାର କୋରାପୁଟ ଜିଲ୍ଲା ତଥା ସମଗ୍ର ଦକ୍ଷିଣ ଓଡ଼ିଶାରେ ଆଇଟି ଭିତିଭୂମିର ବିକାଶ, ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ରୋଜଗାର ସୃଷ୍ଟି ଏବଂ ଆଇଟି ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରୋତ୍ସାହିତ କରିବା ଦିଗରେ ଜୟପୁର
it


ଭୁବନେଶ୍ୱର, ୧୪ ଅଗଷ୍ଟ (ହି.ସ) - ରାଜ୍ୟ ସ୍ୱାସ୍ଥ୍ୟ ତଥା ଆଇଟି ମନ୍ତ୍ରୀ ଡ. ମୁୁକେଶ ମହାଲିଙ୍ଗ ଶୁକ୍ରବାର କୋରାପୁଟ ଜିଲ୍ଲା ତଥା ସମଗ୍ର ଦକ୍ଷିଣ ଓଡ଼ିଶାରେ ଆଇଟି ଭିତିଭୂମିର ବିକାଶ, ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ରୋଜଗାର ସୃଷ୍ଟି ଏବଂ ଆଇଟି ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରୋତ୍ସାହିତ କରିବା ଦିଗରେ ଜୟପୁର ସ୍ଥିତ ଏସଟିପିଆଇ (ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ ) କେନ୍ଦ୍ରର ପ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ଆମର ଲକ୍ଷ୍ୟ ହେଉଛି ଆଂଚଳିକ ସ୍ତରରେ ପ୍ରଯୁକ୍ତିବିଦ୍ୟାର ବିକାଶ କରି ଆମର ଯୁବ ବୈଷୟିକ ପ୍ରତିଭାମାନଙ୍କୁ ସ୍ଥାନୀୟ ସ୍ତରରେ ନୂତନ ସୁଯୋଗ ଯୋଗାଇଦେବା। ଏହି ପ୍ରକଳ୍ପକୁ ଆହୁରି ସକ୍ରିୟ ଓ ଫଳପ୍ରଦ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶଦେଲି।

ଏହି ଅବସରରେ ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି , କୋଟପାଡ ବିଧାୟକ ଶ୍ରୀ ରୁପୁ ଭତ୍ରାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande