
ନୂଆଦିଲ୍ଲୀ/ଭୁବନେଶ୍ୱର,୧୪ ଅଗଷ୍ଟ (ହି.ସ) - କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ଶୁକ୍ରବାର ନୂଆଦିଲ୍ଲୀ ଠାରେ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଶ୍ରୀ ଶାହ ବିଧାୟକଙ୍କ ସହିତି ଓଡିଶାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆଲୋଚନା କାଳରେ ଶ୍ରୀ ତ୍ରିପାଠୀ ଝାରସୁଗୁଡା ନିର୍ବାଚନମଣ୍ଡଳୀ ସମେତ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିଥିଲେ । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ ଗୃହ ମନ୍ତ୍ରୀଙ୍କୁ ଶ୍ରୀ ତ୍ରିପାଠୀ ଅବଗତ କରିଥିଲେ । ଏଥି ସହିତ ଦଳୀୟ ସଂଗଠନ ସଂକ୍ରାନ୍ତରେ ମଧ୍ୟ ଶ୍ରୀ ତ୍ରିପାଠୀଙ୍କ ଠାରୁ ଶ୍ରୀ ଶାହ ଅବଗତ ହୋଇଥିବା ଜଣାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା