ଝାରସୁଗୁଡ଼ା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳିତ
Jharsuguda district administration
Jharsuguda district administration


ଝାରସୁଗୁଡ଼ା, ୧୪ ଅଗଷ୍ଟ (ହି.ସ.): ଝାରସୁଗୁଡ଼ା ଖଣିଜପାଣ୍ଠି ପେକ୍ଷlଳୟରେ ଅଗଷ୍ଟ ୧୪ ତାରିଖରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳିତ ହୋଇଯାଇଛି। ୧୯୪୭ ମସିହା ଦେଶ ବିଭାଜନ ସମୟରେ ଲୋକମାନେ ସହିଥିବା ଅକଥନୀୟ କଷ୍ଟ, ଯନ୍ତ୍ରଣା ତଥା ତ୍ୟାଗକୁ ସ୍ମରଣ କରିବା ଏବଂ ବର୍ତ୍ତମାନର ସ୍ୱାଧୀନତା ଓ ଏକତାକୁ ବଜାୟ ରଖିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ(ସାଧାରଣ)ବ୍ରଜବନ୍ଧୁ ଭୋଇ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ (ରାଜସ୍ବ ) ଲଳିତ ସୋରେଙ୍ଗ, ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ଡେପୁଟି କଲେକ୍ଟର ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହ ସଂଯୋଜନା କରିଥିଲେ । ଏହି ଅବସରରେ ଦେଶ ବିଭାଜନ ସମୟର ଐତିହାସିକ ଘଟଣାବଳୀ ଓ ବିସ୍ଥାପନର ଦୁଃଖଦ ଯାତ୍ରା ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଡୋକୁମେଣ୍ଟlରୀ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା। ବିଭାଜନ ସମୟରେ ପ୍ରାଣ ହରାଇଥିବା ଏବଂ ପ୍ରଭାବିତ ହୋଇଥିବା ଅଗଣିତ ନିରୀହ ଲୋକଙ୍କ ସ୍ମୃତିଚାରଣ ପୂର୍ବକ ସମସ୍ତ ଉପସ୍ଥିତ ଅତିଥି,ସମସ୍ତ ଜ଼ିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ ମାନେ 2 ମିନିଟ୍ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶର ଅଖଣ୍ଡତା, ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ସହିତ ଏକ ଦକ୍ଷ ଓ ସ୍ୱାବଲମ୍ବୀ ଭାରତ ଗଠନ ପାଇଁ ସମସ୍ତେ ଏକତା ବଦ୍ଧ ହୋଇ କାମ କରିବା ପାଇଁ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ଉପସ୍ଥିତ ଅତିଥି ଏବଂ ଅଧିକାରୀ ବୃନ୍ଦ ଜାତୀୟ ଗୀତ ର ସମବେତ ଗାନ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସୁଶ୍ରୀ ସିଂହ ସମସ୍ତଙ୍କୁ ଧନ୍ୟବାଦ ଜ୍ଞlପନ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande