
ମାଲକାନଗିରି, ୧୪ ଅଗଷ୍ଟ (ହି.ସ.)- କୁଡୁମୁଲୁଗୁମ୍ମା ବୋଲବମ୍ ପରିବାରର ଗୁପ୍ତେଶ୍ୱର ଯାତ୍ରା ଆଜି ଆରମ୍ଭ ହୋଇଯାଇଛି । ଶ୍ରାବଣ ମାସର ଆସନ୍ତା ତୃତୀୟ ସୋମବାର ଦିନ ଗୁପ୍ତେଶ୍ୱର ପୀଠରେ ଜଳାଭିଷେକ କରାଯିବ । ଆଜି ସକାଳୁ ପ୍ରାୟ ୧୫୦ ଜଣ କାଉଡ଼ିଆ ସ୍ଥାନୀୟ ଟେକଗୁଡା ନଦୀରୁ ଜଳ ସ°ଗ୍ରହ କରିଥିଲେ ଯେଉଁଠି ମୁଖ୍ୟ ପୂଜକ ସୁଧିର କୁମାର ରଥ ମା ଗଙ୍ଗା ମାତାଙ୍କୁ ଆବାହନ କରି ପୂଜାର୍ଚ୍ଚନା କରିଥିଲେ ଓ ଏହାପରେ ସମସ୍ତ କାଉଡ଼ିଆ ନିଜ ନିଜର ଜଳକଳସ ଧରି ଧାଡିବାନ୍ଧି ଆଗକୁ ବଢିଥିଲେ । ଆସନ୍ତା ତିନିଦିନ ମଧ୍ୟରେ ତିନୋଟି ସ୍ଥାନରେ ରାତ୍ରି ବିଶ୍ରାମ ପାଇଁ ସ୍ଥାନ ନିରୂପଣ ହୋଇଛି, ଯେଉଁଠାରେ ବୋଲବମ୍ ଭକ୍ତ ମାନଙ୍କ ଭୋଜନ ପାଇଁ ସାତ୍ଵିକ ଖାଦ୍ୟ ସେବନ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବାର ଉତ୍ତମ ବ୍ୟବସ୍ଥା ଓ ରାତ୍ରୀ ଯାପନର ସୁବନ୍ଦୋବସ୍ତ କରାଯାଇଛି ବୋଲି ବୋଲବମ୍ ସ°ଘ ସଭାପତି ନୀହାରକାନ୍ତ ଦାସ ସୂଚନା ଦେଇଛନ୍ତି ।
ଏହି ଯାତ୍ରାର ସୁପରିଚାଳନା ନିମନ୍ତେ ସ°ଘ ସଦସ୍ୟ ମଧୂସୁଦନ ପୃଷ୍ଠି, ରତିକାନ୍ତ ମହାନ୍ତି, ସନ୍ତୋଷ କୁମାର ସ୍ୱାଇଁ, କାହ୍ନୁଚରଣ ଗୁଡିଆ, ସୂର୍ଯ୍ୟ ପଣ୍ଡା, ଶ୍ରୀଧର ମୁର୍ତ୍ତୀ, ତ୍ରିନାଥ ବରାଡ, ଲିକୁ ଦାସ, ପ୍ରଭାକର ଜେନା ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ