ମେଗା ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି,୧୪ ଅଗଷ୍ଟ (ହି.ସ.)- ମାଲକାନଗିର ସଦର ମହକୂମାସ୍ଥିତ ଶ୍ରୀରାମନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ, ବନ ବିଭାଗ ମାଲକାନଗିରି ଓ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ମାଲକାନଗିରିଙ୍କ ମିଳିତ ସହଯୋଗରେ ମେଗା ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟ
ମେଗା ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ


ମାଲକାନଗିରି,୧୪ ଅଗଷ୍ଟ (ହି.ସ.)- ମାଲକାନଗିର ସଦର ମହକୂମାସ୍ଥିତ ଶ୍ରୀରାମନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ, ବନ ବିଭାଗ ମାଲକାନଗିରି ଓ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ମାଲକାନଗିରିଙ୍କ ମିଳିତ ସହଯୋଗରେ ମେଗା ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରବି ଶଙ୍କର ମିଶ୍ର, ଡେପୁଟି କମାଣ୍ଡାଣ୍ଟ, ସୀମା ସୁରକ୍ଷାବଳ, ମାଲକାନଗିରି ଯୋଗଦେଇ ଥିବା ବେଳେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଜିଲ୍ଲା ସଭାପତି ତଥା ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ଡଃ. ରଞ୍ଜନ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷରୋପଣର ମହତ୍ତ୍ୱ ବିଷୟରେ ଉପଦେଶ ଦେଇଥିଲେ। ମାଲକାନଗିରି ବନଖଣ୍ଡ ଅଧିକାରୀ ରମେଶ ଚନ୍ଦ୍ର ରାଉତ, ବନରକ୍ଷୀ କୈଳାସ ମହାରଣା, ବାବୁରାମ ଦୁରୁଆ, ମଧୁସ୍ମିତା ଜେନା, ବାସନ୍ତୀ ମାଡ଼କାମି, ବଳଭଦ୍ର ସାହୁ ପ୍ରମୁଖ ଯୋଗଦାନ କରି ବିଦ୍ୟାଳୟ ପରିସରରେ ଅତିଥିଗଣ ଚାରା ରୋପଣ କରିବା ପରେ ବିଦ୍ୟାଳୟର ଶତାଧିକ ଜୁନିଅର ରେଡକ୍ରସ ଓ ସ୍କାଉଟ ଓ ଗାଇଡ୍ ଛାତ୍ରଛାତ୍ରୀ, ଗୁରୁଜୀ ଗୁରୁମା ଗଣ ଆମ୍ବ, ପଣସ, ଲେମ୍ବୁ, ପିଜୁଳି, ଆତ, ବଉଳ, ଗୁଆ, ନିମ, ବେଲ ପ୍ରଭୃତି ଚାରା ରୋପଣ କରିଥିଲେ। ଆକସ୍ମିକ ବଜ୍ରାଘତରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଗ୍ରାମାଞ୍ଚଳରୁ ସ୍ୱତନ୍ତ୍ର ଭାବେ ସଂଗୃହୀତ ହୋଇଥିବା ଏକ ଶହ ତାଳ ମଞ୍ଜିଗଜାକୁ ବିଦ୍ୟାଳୟ ସୀମା ରେଖାରେ ରୋପଣ କରାଯାଇଥିଲା। ବନ ବିଭାଗ ତରଫରୁ ଆରମ୍ଭ କରାଯାଇଥିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମ 'ବରଗଛ ବନ୍ଧୁ ଅଭିଯାନ' ର ସ୍ମାରକୀ ଭାବେ ବିଦ୍ୟାଳୟ ଚତୁଃ ପାର୍ଶ୍ଵରେ ତିନୋଟି ବରଗଛ ଓ ଏକ ଅଶ୍ୱତ୍ଥ ଚାରା ବନଖଣ୍ଡ ଅଧିକାରୀ ଓ ବନରକ୍ଷୀ ମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରବୀନ୍ଦ୍ର କୁମାର ମହାରଣା, ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ସାମଲ, ସହ ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀଧର ମହାନ୍ତି, ଜୁନିଅର ରେଡ଼କ୍ରସ ପ୍ରଶିକ୍ଷକ ରାଜକିଶୋର ବେହେରା, ଗୁରୁଜୀ ହରିହର ପଟ୍ଟନାୟକ, ଅଭିମନ୍ୟୁ ସଗରିଆ, ଗୁରୁମା ମଞ୍ଜୁଳା କୁମାରୀ, ସୁନୀତା ବେହେରା, ମାଧୁରୀ ବିଶ୍ୱାସ ପ୍ରମୁଖ ଓ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଗଣ ସ୍ଵାଧୀନତା ଦିବସ ପାଳନର ପୂର୍ବଦିନ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ଅକୁଣ୍ଠ ସହଯୋଗ ପ୍ରଦାନ କରିଥିଲେ। ପରିଶେଷରେ ବିଦ୍ୟାଳୟ ତରଫରୁ ସୀମା ସୁରକ୍ଷା ବଳ, ବନ ବିଭାଗ ଓ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ମାଲକାନଗିରିଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ତଥା କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande