
କେନ୍ଦୁଝର, ୧୪ ଅଗଷ୍ଟ (ହି.ସ.)- ଲଗାଣ ବର୍ଷା ରେ ୪୯ ନମ୍ବର୍ ଜାତୀୟ ରାଜପଥ କାଞ୍ଜିପାଣି ଘାଟିର ଧଳାପଥର ବାଙ୍କ ନିକଟରେ ପାହାଡ଼ରୁ ଭୁସ୍ଖଳନ ହୋଇଛି।ପାହାଡରୁ ମାଟି ପଥର ଓ ଗଛ ଧସି ଚାରି ଥାକିଆ ରାସ୍ତା ର ଗୋଟିଏ ପଟ ରାସ୍ତା ବନ୍ଦ ହୋଇଯାଇଛି। ସକାଳ ସମୟରେ ଭୁସ୍ଖଳନ ହୋଇଥିବା ବିଭାଗୀୟ ସୂଚନା ରୁ ଜଣାପଡିଛି। ଖବର ପାଇବା ପରେ ଏନଏଚଆଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁଇଟି ଜେସିବି ମେସିନ ଓ ଗୋଟିଏ ହାଇୱା ସାହାଯ୍ୟ ରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମଝିରେ ମଝିରେ ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜଣାପଡ଼ିଛି। ରାତିରେ ଗାଡି ଚଳାଚଳ ବନ୍ଦ ଥିବାବେଳେ ଆଜି ସକାଳୁ ବିଭାଗ ପକ୍ଷରୁ ଗୋଟିଏ ପଟ ରାସ୍ତା ରେ ଗାଡି ଚଳାଚଳ ସ୍ୱଭାବିକ କରାଯାଇଥିଲା। ଆଉ ଦୁଇରୁ ତିନି ଘଂଟା ମଧ୍ୟରେ ସମସ୍ତ ରାସ୍ତା ସ୍ୱାଭାବିକ ହୋଇଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।
------------------------
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA